ବାଲିଗୁଡା ରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

Oct 22, 2024 - 06:32
 0  40
ବାଲିଗୁଡା ରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବାଲିଗୁଡା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ l ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୩ନମ୍ବର ୱାର୍ଡ ର ସଭାଗୃହ ରେ ଅନୁଷ୍ଠିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ନଗର ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ଦିବାକର ସା, ନଗର ଭାଜପା ଉପସଭାପତି ମନୋଜ କୁମାର ରଥ, ଟୋଲି ପ୍ରମୁଖ ଟୁନା ଦାସ, ବରିଷ୍ଟ ଭାଜପା କାର୍ଯ୍ୟକର୍ତ୍ତା ଜଗନ୍ନାଥ ବିଷୋୟୀ, କାଉନସିଲର ଆଲୋକ ନାୟକ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ସୁଦୂର ପ୍ରସାରି ଜନହିତକର ଯୋଜନା ସମ୍ବନ୍ଧ ରେ ଜନସାଧାରଣ କୁ ଅବଗତ କରିଥିଲେ l ତେର ନମ୍ବର ୱାର୍ଡ ରେ ବିଭିନ୍ନ ସମସ୍ୟାଥିବା ସ୍ୱତ୍ତେ ପୂର୍ବ ସରକାର ଅମଳ ରେ ସମାଧାନ ହୋଇ ପାରିନଥିଲା, ବର୍ଷ ବର୍ଷ ଧରି ସାହି ବାସିନ୍ଦା ଘର ଡିହ ପଟା ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବଞ୍ଚିତ ଥିଲେ, ଲୋକଙ୍କୁ ସରକାର ଙ୍କ ଯୋଜନା ହାତପାହାନ୍ତା ରେ ପହଞ୍ଚାଇବା ଉଦ୍ଦେଶ୍ୟ ରେ ବାଲିଗୁଡା ରେ ନୂଆସରକାର ଓ ସାଂସଦ ଙ୍କ ପ୍ରଥମ କାର୍ଯ୍ୟକ୍ରମ ହୋଇ ଥିବାରୁ ଲୋକେ ଖୁସି ପ୍ରକଟ କରିଛନ୍ତି, ଲୋକଙ୍କ ସରକାର ମୋହନ ସରକାର ଙ୍କ ପ୍ରତି ଲୋକେ ଆସ୍ଥା ପ୍ରକଟ କରିଛନ୍ତି l ଆଜି ୧୫୦ ରୁ ଉର୍ଦ୍ଧ ଅଭିଯୋଗ ପତ୍ର ସାଂସଦ ପ୍ରତିନିଧିଙ୍କୁ ୱାର୍ଡ ବାସିନ୍ଦା ଦେଇଛନ୍ତି l ସରକାରୀ ଗାଇଡ଼ ଲାଇନ ଅନୁସାରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଦେବା ପାଇଁ ପ୍ରାଥମିକତା ଦିଆଯିବ ବୋଲି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow