ମହିମା ଗ୍ରାମ ରେ ମଣ୍ଡଳ ଭିମା ଦେବତା ଙ୍କ ବାଲିଯାତ୍ରା,ଭିମା ଦେବତା ଓ କନ୍ଧୁଣି ଦେବୀ ଙ୍କ ବିବାହ ସହ ଉଦଯାପିତ

ଧର୍ମଗଡ଼: ଲୋକ୍ ଆଵାଜ୍.ଇନ୍(ସନତ କୁମାର ପ୍ରଧାନୀ)
ଆଦି ମାନବ ଆଦି ସଭ୍ୟତା ଓ ପୂର୍ବ ପୁରୁଷ ର ବଂଶାନୁକ୍ରମେ ପରମ୍ପରା କୁ ଉଜ୍ଜୀବିତ କରି ରଖିଛନ୍ତି ତାଙ୍କ ପରବର୍ତ୍ତୀ ବଂଶଜ ମାନେ। ଆଜି ପାଶ୍ଚାତ୍ୟ ସଭ୍ୟତା ଓ ଡିଜିଟାଲ ଯୁଗ ରେ ରେ ମଧ୍ୟ ବଦଳି ନାହିଁ ଏହି ଆଦିବାସୀ ଙ୍କ ପରମ୍ପରା, ସଂସ୍କୃତି ଓ ଚଳଣି। ବାଲିଯାତ୍ରା ଏକ ପର୍ଵ ଯାହାକି ଦିର୍ଘ ଦଶନ୍ଧି ପରେ ଦେବାଦେବୀ ଙ୍କ ଗ୍ରାମ୍ୟ ପୁଝାରି ଙ୍କୁ ସ୍ୱପ୍ନାଦେଶ ଓ ବିଧିର ନିର୍ଦେଶ ପରେ ଅନୁଷ୍ଠିତ ହୋଇଥାଏ। ଗ୍ରାମ ରେ ରୋଗ,ଶୋକ,ଦୁଃଖ,ବ୍ୟାଧି ରୁ ମୁକ୍ତି ସହ ଅଞ୍ଚଳ ରେ ଚାଷି ଙ୍କ ପାଇଁ ଚାଷବାସ ସୁଖ ସମୃଦ୍ଧି ମଙ୍ଗଳ କାମନା କରି ଆଜି ବି ନିଜର ପୂର୍ବ ପୁରୁଷ ରୁ ଚାଲି ଆସିଥିବା ଦେବୀ ଦେବତା ଙ୍କ ପାର୍ବଣ କୁ ମହା ଆଡମ୍ବରରେ ପାଳନ କରି ଆସୁଛନ୍ତି ଗ୍ରାମବାସୀ। ଏହି କ୍ରମ ରେ କୋକସରା ବ୍ଲକ ମହିମା ପଞ୍ଚାୟତ ମହିମା ଗ୍ରାମରେ ଦିର୍ଘ ୧୭ ବର୍ଷ ପରେ ମଣ୍ଡଳ ଭିମା ବାଲିଯାତ୍ରା ଦିର୍ଘ ମାସ ଧରି ଭିମା ଦେବତା ଙ୍କ ଜନ୍ମ ରୁ ଭିମା ଓ କନ୍ଧୁଣି ଦେବୀ ଙ୍କ ବିବାହ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଗତ ୨ ମାସ ରୁ ଉର୍ଦ୍ଧ୍ବ ହେବ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ବାଲିଯାତ୍ରା ମହୋତ୍ସବ ଉଦଯାପିତ ଉତ୍ସଵ ମଣ୍ଡଳ ଭିମା ଓ କନ୍ଧେନ ଦେବୀ ଙ୍କ ବିବାହ ସହ ସମ୍ପନ୍ନ ହୋଇଯାଇଛି । ମହିମା ବାଲିଯାତ୍ରା କମିଟିଠାରୁ ମିଲିଥିବା ସୂଚନା ଅନୁସାରେ ଚଲିତ ବର୍ଷ ବାଲିଯାତ୍ରା ପାଳନ ପାଇଁ ମହିମା ଗ୍ରାମବାସୀ ମାନେ ଏକ କମିଟି ଗଠନ କରି କିଛିମାସ ତଳେ ବୈଠକ କରି ବାଲିଯାତ୍ରା ଉତ୍ସଵ ପାଳନ କରିବାକୁ ସ୍ଥିର କରିଥିଲେ। ବାଲିଯାତ୍ରା ପାଳନ କରିବା ପାଇଁ ବାଲିଯାତ୍ରା ର ମୁଖ୍ୟ ପୁରୋଧା ଅର୍ଦ୍ଧନାରୀର୍ଶ୍ୱର ଗୁରୁମେ
ମନିଷ ଗାଁ, କାଶୀପୁର ବ୍ଲକ ରାୟଗଡା ଜିଲ୍ଲା ର ଲକ୍ଷିଧର ମାଝୀ ଙ୍କୁ ସ୍ୱାଗତ କରି ଗାଁ ରେ ଶୁଭଖମ୍ବ ସ୍ଥାପନ କରାଯାଇ ବାଲିଯାତ୍ରା ଆରମ୍ଭ ହୋଇଥିଲା । ଦିର୍ଘ ଦୁଇ ମାସ ରୁ ଉର୍ଦ୍ଧ ଧରି ପ୍ରତିଦିନ ସନ୍ଧ୍ୟାରେ ବାଲିଯାତ୍ରା ର ଅସ୍ଥାୟୀ କୁଡ଼ିଆ ପୂଜାଘର ରେ ଗୁରୁମେ ଗ୍ରାମ୍ୟ ଦେବାଦେବୀ ଙ୍କୁ ଆବାହନ କରିବା ପରେ କୁଆଁରୀ କନ୍ୟା ଓ ଶିରା ଙ୍କ ଠାରେ କାଲିସି ଲାଗି ହୋଇ ବାଲିଯାତ୍ରା ପଡ଼ିଆ ରେ ଗଣା ବାଜା ରେ ନାଚିଗାଇ ଲୁହା ର କଣ୍ଟା ଦୋଳି କାଳିଶି ଙ୍କ ଝୁଲିବା ଦୃଶ୍ୟ ଦେଖିବାକୁ ପ୍ରତିଦିନ ସନ୍ଧ୍ୟାରେ ଜନ ସମାଗମ ହୋଇଥିଲା। ଏହା ମଧ୍ୟରେ ଭିମା ଦେବତାଙ୍କୁ ଗୁରୁମେ ପ୍ରତିଦିନ ପୂଜାର୍ଚ୍ଚନା ସହିତ ଭିମା ଜନ୍ମ ରୁ ବିବାହ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବିଧି ମୁତାବକ ପୂଜାର୍ଚ୍ଚନା କରିଥିଲେ। ପରେ ଭିମା ଦେବତା ଙ୍କ ପାଇଁ କନ୍ୟା ଖୋଜା ହୋଇଥିଲା,ଭିମା ଦେବତା ଙ୍କ ବିବାହ ପ୍ରସ୍ତାବ କନ୍ଧେନ ଦେବୀ ଙ୍କ ସହ ହେବାସହ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା। ମଣ୍ଡଳ ଭିମା ଓ କନ୍ଧେନ ଦେବୀ ଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଦେବାଦେବୀ ସହ ପୂଜକ ଓ କାଲିଶି ଲାଗିଥିବା ଝିଅମାନେ ଗୁରୁବାର ଭିମା ଖୁଣ୍ଟକୁ ନେଇ ଗ୍ରାମ ର ନିକଟସ୍ଥ ଏକ ପୋଖରୀରେ ଲୁଚାଇଥିଲେ ।
ଶୁକ୍ରବାର ମଧ୍ୟାହ୍ନ ରେ ଦେବାଦେବୀ ଙ୍କ ପୁଜକ କାଲିସି ଓ ଗ୍ରାମ ଓ ଅଞ୍ଚଳ ର ଶତାଧିକ ଗ୍ରାମବାସୀ ମାନେ ଗଣା ବାଜା ସହ ମିଶି ପୋଖରିକୁ ଯାଇ ଲୁଚା ଯାଇଥିବା ଖୁଣ୍ଟକୁ ପୋଖରୀ ପାଣି ରୁ ଖୋଜି ବାହାର କରିବା ପରେ ପୁଣିଥରେ ବାଲିଯାତ୍ରା ପଡ଼ିଆ କୁ ପହଞ୍ଚିଥିଲେ। ପରେ ଅପରାହ୍ନରେ ଭିମା ଓ କନ୍ଧେନ ଦେବୀ ଙ୍କ ବିବାହ କାର୍ଯ୍ୟ କାରମ୍ଭ ହୋଇଥିଲା।ବାଲିଯାତ୍ରା ପିଠରେ ଥିବା ଦେବୀ ଖୁଣ୍ଟ ସମ୍ମୁଖରେ ଭିମା ଓ କନ୍ଧୁଣି କନ୍ୟାକୁ ବସାଇ ରୀତିନୀତି ଅନୁଯାୟୀ ହଳଦୀ ଖେଳ ଓ ଅନ୍ୟ ରୀତିନୀତି ରେ ବିବାହ କରି ବନ୍ଧାପଣା କରି ନାଚଗୀତ କରିଥିଲେ।ଏହାପରେ ସଂଧ୍ୟାରେ ଏକ ପଶୁ (ଗଡରା) କୁ ବଳି ଦିଆଯାଇଥିଲା ଓ ବିବାହ ରେ ଯୋଗ ଦେଇଥିବା ବନ୍ଧୁ ବାନ୍ଧବ,ଅତିଥୀ ଙ୍କୁ ଭୋଜିଭାତ ରେ ଆପ୍ୟାୟିତ କରିଥିଲେ।ଦିର୍ଘ ୨ମାସ ରୁ ଉର୍ଦ୍ଧ ଧରି ମାସ ଧରି ଆୟୋଜିତ ବାଲିଯାତ୍ରା କୁ ଗ୍ରାମ୍ୟ ପୁଝାରି ରତନ ପୁଝାରି, ଦୁର୍ଗା ପୁଝାରି, ଶିରା ତୁମେଶ୍ୱର ପୁଝାରି ଦେବାଦେବୀ ଙ୍କୁ ପୂଜାର୍ଚ୍ଚନା ସହ ଶିରା ଦେହରେ ଦେବାଦେବୀ ଙ୍କ କାଲିସି ଲାଗି ହୋଇଥିଲେ। ଶୁକ୍ରବାର ଉଦଯାପିତ କାର୍ଯ୍ୟକ୍ରମରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସ୍ଥାନୀୟ ସମିତି ସଭ୍ୟ ଘନଶ୍ୟାମ ନାଏକ,ସରପଞ୍ଚ ଇଶରାମ କୋଲଥିଆ,ବିଜେପି ନେତା ସୁଧୀର ପାତ୍ର, ଅତିଥି ଭାବେ ଯୋଗ ଦେଇଥିଲେ। ମହିମା ବାଲିଯାତ୍ରା କମିଟି ପକ୍ଷରୁ ସଭାପତି ଭଦେଶ୍ୱର ପାତ୍ର,ଉପ ସଭାପତି ଦୁର୍ଯୋଧନ ମାଝୀ, ସମ୍ପାଦକ ହିମାଂଶୁ ଶେଖର ସହ ସମ୍ପାଦକ ଭୋଜରାଜ କୋଚିଆ, ନାଏକ, କୋଷାଧ୍ୟକ୍ଷ ଶୋଭା ମାଝୀ, ଉପଦେଷ୍ଟା ସୁରେଶ ଚନ୍ଦ୍ର ପାତ୍ର,ଘନଶ୍ୟାମ ନାଏକ,ନକୁଳ ନାଏକ,ଡମ୍ବରୁଧର ଠାକୁର, ଲିଙ୍ଗରାଜ ନାଏକ,ଉମାଶଙ୍କର ନାଏକ, ସଦାନନ୍ଦ ପାତ୍ର, ବନମାଳୀ ମାଝୀ ଔରତ ମାଝୀ, ହରିହର ସାହୁ,ରଞ୍ଜନ ସାହୁ, ପବିତ୍ର ନାଏକ, ସହଦେଵ ଛାତ୍ରୀଆ,ସୁଧୀର ସାହୁ ସମେତ ମହିମା ପଞ୍ଚାୟତ ର ବିଭିନ୍ନ ଗ୍ରାମ ରୁ ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ଶ୍ରଦ୍ଧାଳୁ ମାନେ ବାଲିଯାତ୍ରା ମହୋତ୍ସବ ରେ ଯୋଗଦେଇ ମଣ୍ଡଳ ଭିମା ଓ କନ୍ଧୁଣି ଦେବୀ ଙ୍କ ବିବାହ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ନିଜ ପରିବାର ପାଇଁ ମଙ୍ଗଳକାମନା କରିଥିଲେ ।
What's Your Reaction?






