ମାଁ ମାହେଶ୍ୱରୀ ପୀଠ ରେ ଗୋପାଷ୍ଟମୀ ଉତ୍ସବ ପାଳିତ

Nov 10, 2024 - 08:57
 0  22
ମାଁ ମାହେଶ୍ୱରୀ ପୀଠ  ରେ ଗୋପାଷ୍ଟମୀ ଉତ୍ସବ ପାଳିତ

ବୌଦ୍ଧ :ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖଲିଆ ପାଲି ପଞ୍ଚାୟତ ଅନ୍ତର୍ଗତ ବୁଢୀକନ ସ୍ଥିତ ମାଁ ମାହେଶ୍ୱରୀ ପୀଠ ଠାରେ ଗୋପାଷ୍ଟମୀ ପର୍ବ ପାଳିତ ହୋଇ ଯାଇଛି | ଶ୍ରୀକୃଷ୍ଣ ଙ୍କ ଫୋଟୋ ଚିତ୍ରରେ ପ୍ରଥମେ ଦୀପ ପ୍ରଜ୍ବଳନ ସହ ପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା | ପ୍ରଥମେ ସାଧୂସନ୍ଥ ଓ ଅଂଚଳର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଵିଧି ପୂର୍ବକ ଗୋପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା | ଏହି କାର୍ଯ୍ୟକ୍ରମରେ ପୂଜ୍ୟ ସନ୍ଥ ଆଦିତ୍ୟ ବ୍ରହ୍ମଚାରୀ ଗୋମାତା ବିଶ୍ୱ କଲ୍ୟାଣ ପାଇଁ ଗାଈକୁ ରାଷ୍ଟ୍ରମାତା ରୂପେ ଘୋଷଣା କରିବା ପାଇଁ ମତବ୍ୟକ୍ତ କରିଥିଲେ | ସନ୍ଥ ଅଯୋଧ୍ୟା ଦାସ ମହାରାଜଜୀ ଓଡ଼ିଶାରେ ଗୋ ରକ୍ଷା ଦୃଷ୍ଟିରୁ ଗୋ ହତ୍ୟା ଆରୋପକୁ କଡାକଡି ଭାବରେ ଲାଗୁ କରିବା ପାଇଁ ମୁକ୍ତି ଉପାସନା କରିଥିଲେ | ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଗୋ ସଂଯୋଜକ ଲକ୍ଷ୍ମଣ ନାଏକ ଯୋଗ ଦେଇ ଗୋ ଆଧାରିତ କୃଷି କରି ସ୍ୱାବଲମ୍ବୀ ହେବା ପାଇଁ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଜିଲ୍ଲା କାର୍ଯ୍ୟନିର୍ବାହୀ ଇନ୍ଦୁ ଭୂଷଣ ମହାକୁଡ଼ଙ୍କ ସଂଯୋଜନାରେ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା | ରୁଦ୍ରାଶିଷ ସେଠୀ ଯୋଗ ଦେଇ ସରକାରୀ ସହାୟତାରେ କିପରି ଲାଭବାନ ହୋଇ ପାରିବେ ସେ ଵିଷୟରେ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମରେ ବସନ୍ତ ମିଶ୍ର, ଶମ୍ଭୁ ଖମାରୀ, ଦିଲ୍ଲୀପ ମେହେର, ଅନୁରୋଧ ଦେହୁରୀ, ସନ୍ତୋଷ ଦେହୁରୀ, ଶ୍ରୀଧର ଦେହୁରୀ, ନଟବର ଦେହୁରୀ, ସଦାଶିବ ଦେହୁରୀ, ଛବିଳ ଦେହୁରୀ, ସୁବଳ ଦେହୁରୀ ଦତ୍ତ ଥାଟି ଙ୍କ ସମେତ ବୁଢୀକନ ଗ୍ରାମବାସି ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ | ଶେଷରେ ପ୍ରଖଣ୍ଡ ସଭାପତି କରୁଣାକର ଘଣ୍ଟୁଆଳ ଏକ କୃଷକ ବଜାର କରିବା ଉପରେ ମତ ରଖିବା ସହ ଧନ୍ୟବାଦ ଦେଇଥିଲେ |

What's Your Reaction?

like

dislike

love

funny

angry

sad

wow