କଣ୍ଟାମାଳ ଉଚ୍ଚ ବିଦ୍ୟାଳୟରେ ସ୍ବଚ୍ଛତା ପକ୍ଷ ପାଳନ ଉଦଯାପିତ ।

Sep 17, 2024 - 21:12
 0  19
କଣ୍ଟାମାଳ ଉଚ୍ଚ ବିଦ୍ୟାଳୟରେ ସ୍ବଚ୍ଛତା ପକ୍ଷ ପାଳନ ଉଦଯାପିତ ।

କଣ୍ଟାମାଳ: ଲୋକ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଇକୋ କ୍ଲବ୍ ଓ ଜୁନିଅର ରେଡ଼କ୍ରସର ମିଳିତ ଆନୁକୁଲ୍ୟରେ ସ୍ବଚ୍ଛତା ପକ୍ଷ ପାଳନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଜୁନିଅର୍ ରେଡ଼କ୍ରସ୍ କାଉନସିଲର ବନମାଳୀ ମେହେର ସଂଯୋଜନା କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଵଚ୍ଛତା ଶପଥ ପାଠ ସହ ଦୀର୍ଘ ୧୫ ଦିନ ବ୍ୟାପୀ ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା,,ସବୁଜ,ସ୍ୱଚ୍ଛ ଓ ପଲିଥିନ୍ ମୁକ୍ତ ବିଦ୍ୟାଳୟର ସ୍ବପ୍ନ ନେଇ ଶ୍ରେଣୀଗୃହ ସଫା କରାଯାଇଥିଲା ଓ ହାତ ଧୋଇବା ପଦ୍ଧତି ତାଲିମ ଦିଆଯାଇଥିଲା ,ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। 

ଶୋଭାଯାତ୍ରା ବିଦ୍ୟାଳୟ ପରିସରରୁ ବାହାରି କଣ୍ଟାମାଳ ଗ୍ରାମ ପରିକ୍ରମା କରିବା ସହ ଛାତ୍ରଛାତ୍ରୀମାନେ ବିଭିନ୍ନ ନାରା ଦେଇ ସହରବାସୀଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ବ୍ୟକ୍ତିଗତ ପରିଚ୍ଛନ୍ନତା ଠାରୁ ଆରମ୍ଭ କରି ଆମ ପରିବେଶ ପରିଚ୍ଛନ୍ନତା ଓ ସ୍ୱଚ୍ଛ ପରିବେଶ ,ସୁସ୍ଥ ଜୀବନ ଦ୍ଵାରା କିପରି ଦେଶର ବିକାଶ ହୋଇପାରିବ ଛାତ୍ରଛାତ୍ରୀ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଇକୋ କ୍ଲବ୍ ଇନଚାର୍ଜ ସୁଜିତ୍ କୁମାର ତରିଆ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ଜୁନିୟର ରେଡ଼କ୍ରସ୍ ସ୍ଵେଚ୍ଛାସେବୀ ଦେବୀସ୍ମିତା ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow