ମାଥିଲି ହନୁମାନ ମନ୍ଦିର ପ୍ରାଙ୍ଗଣରେ ବିଜେପି ପକ୍ଷରୁ ଚିତ୍ରକୋଣ୍ଡା ବିଧାନସଭା ସ୍ତରୀୟ ସଦସ୍ୟତା ଅଭିଯାନ ବୈଠକ ଅନୁଷ୍ଠିତ।

Sep 19, 2024 - 18:10
 0  24

ମାଲକାନଗିରି: ଲୋକ ଆବାଜ.ଇନ୍(ଅବଦୁଲ ଗାନି ଙ୍କ ରିପୋର୍ଟ)

ମାଲକାନଗିରି ଜିଲ୍ଲା ମାଥିଲି ହନୁମାନ ମନ୍ଦିର ପ୍ରାଙ୍ଗଣରେ ବିଜେପି ପକ୍ଷରୁ ଚିତ୍ରକୋଣ୍ଡା ବିଧାନସଭା ସ୍ତରୀୟ ସଦସ୍ୟତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କର୍ଣ୍ଣାଟକ ବିଜେପି ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ନଳିନୀ କାଟିଲ ଯୋଗଦେଇଥିବା ବେଳେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝି, ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମି, ଜିଲ୍ଲା ସଦସ୍ୟତା ଅଭିଯାନ ସଂଯୋଜକ ଶ୍ରୀ ଅଶୋକ କୁମାର ପରିଡ଼ା, ବିଧାନସଭା ସଦସ୍ୟତା ଅଭିଯାନ ସଂଯୋଜକ ଶ୍ରୀ ଗୁରୁ ମହାନ୍ତି, ଶ୍ରୀ ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମାଣିକ ଲାଲ ଚକ୍ରବର୍ତ୍ତୀଙ୍କ ସହିତ ଜିଲ୍ଲା ସ୍ତରୀୟ ପଦାଧିକାରୀ, ମଣ୍ଡଳ ସ୍ତରୀୟ ପଦାଧିକାରୀଙ୍କ ସହିତ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ସଦସ୍ୟତା ଅଭିଯାନରେ କିପରି ଅଧିକାରୁ ଅଧିକା ସଦସ୍ୟ କରାଯାଇ ପାରିବ ସେ ବିଷୟରେ ଅତିଥି ମାନେ କାର୍ଯ୍ୟକର୍ତ୍ତା ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow