ବ୍ଲକସ୍ତରୀୟ ପୋଷଣ ଦିବସ ପାଳନ , ୮ ଜଣ ମହିଳାଙ୍କୁ ପୁରସ୍କୃତ

ସଇଁତଲା :ଲୋକ ଆବାଜ. ଇନ /ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)
ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯାଳୟ ପରିସରରେ ବ୍ଲକସ୍ତରୀୟ ଶୋଷଣ ଦିବସ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସଇଁତଲା ସିଡିପିଓ ଗୋଲାପୀ ନାୟକ ଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରି ପୋଷଣ ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଶ୍ୱଜିତ ମିଶ୍ର , ଜିଲ୍ଲା ପିଓ ସୁଜାତା ଦୋରା , ମମତା ଡିପିସି ଶିବାନୀ ଠାକୁର, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସେଲମା ଓ ଅଜିତ ସାହୁ ପ୍ରମୁଖ ଯୋଗଦାନ କରି ଶିଶୁମାନଙ୍କ ଯତ୍ନର ଆବଶ୍ୟକୀୟ ଉପରେ ଆଲୋଚନା କରିଥିଲେ l ଏହି ପୋଷଣ ଦିବସ ପରିପେକ୍ଷୀରେ ୮ ଜଣ ସ୍ୱସ୍ଥ ଶିଶୁ ଜନ୍ମ ଦେଇଥିବା ମା ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ସୁପରଭାଇଜର ପ୍ରଭାତ ନଳିନୀ ପଣ୍ଡା ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ସୁପରଭାଇଜର ସୀମନ୍ତିନୀ ମଲ୍ଲିକ, କ୍ଷୀରେନ୍ଦ୍ରୀ ଭୋଇ, ପକନୀ ଧରୁଆ, ଜ୍ଞାନନ୍ଦା ମହାନନ୍ଦ, ପୋଷଣ ବିସି ମଣ୍ଟୁ ଭୋଇ , ମମତା ବିଏ ସୁନିତା ଭରାସାଗର, ସୁଭଦ୍ରା ଡିଓ ମଞ୍ଜୁରୀ ସିଂ ଭୋଇ, ସୋମ୍ୟାରାଣୀ ସାହୁ ତଥା ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ l
What's Your Reaction?






