ମୋହନ ଗିରି ରେ ରାବଣ ପୋଡ଼ି ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ

କଳାହାଣ୍ଡି: ଲୋକ୍ ଆବାଜ୍ .ଇନ୍(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଅନ୍ତର୍ଗତ ମୋହନ ଗିରି ଠାରେ ନବ ଜ୍ୟୋତି ଯୁବକ ସଂଘ ତରଫରୁ ପ୍ରଥମ ବର୍ଷ ରାବଣ ପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସଂଘ ର ସଭାପତି ମଦନ ମୋହନ ଧରୁଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ସହକାରୀ ଆୟକର ଅଧିକାରୀ( କନ୍ଧମାଳ) ନୀଳ ମାଧବ ପାତ୍ର, ମୁଖ୍ୟ ବକ୍ତା ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ, ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ଧରୁଆ, ମୋହନ ଗିରି ସରପଂଚ ସୁରେନ୍ଦ୍ର ଧରୁଆ, ସମାଜସେବୀ ବୈଦ୍ୟ ନାରାୟଣ ଭୋଇ, ଧବଳେଶ୍ଵର କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନ ସଭାପତି ଶୁକଦେବ ସାହୁ, ସଭାପତି ଓଁ ଶ୍ରୀ ପୁଜା କମିଟି ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ପାଦକ ଦିବାକର ସାହୁ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା ଓ ଲକ୍ଷ୍ମୀକାନ୍ତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭା ପରେ ରାମ, ଲକ୍ଷ୍ମଣ, ହନୁମାନ ଙ୍କୁ ମଞ୍ଚ ରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ରାବଣ ପୋଡ଼ି ସମାପନ ହୋଇଥିଲା । ପ୍ରଥମ ଥର ପାଇଁ ସିମାନ୍ତବର୍ତ୍ତି ମୋହନ ଗିରି ଠାରେ ଏହି କାର୍ଯ୍ୟକ୍ରମ ହେଇ ଥିବାରୁ ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଳୁ ଙ୍କ ସମାଗମ ହେଇଥିଲା ।
What's Your Reaction?






