ମ. ରାମପୁର ରେଞ୍ଜ ସ୍ତରୀୟ କୋର କମିଟି ବୈଠକ

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍( ବ୍ୟୁରୋ)
କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ମ. ରାମପୁର ବନାଞ୍ଚଳ ଠାରେ ସହକାରୀ ବନ ସଂରକ୍ଷକ ଅସିତ କୁମାର ଦାଶ ଙ୍କ ଆହ୍ୱାନ କ୍ରମେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ଙ୍କ ଅଧ୍ୟକ୍ଷତାରେ ରେ ରେଞ୍ଜ ସ୍ତ୍ରରୀୟ ପ୍ରଥମ କୋର କମିଟି ବୈଠକ ( ବନ୍ୟପ୍ରାଣୀ ଓ ମଣିଷ ଙ୍କ ସୁରକ୍ଷା ଉପରେ)ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ନର୍ଲା ବନାଞ୍ଚଳ ଅଧିକାରୀ ଭାରତ ବନ୍ଧୁ ଶବର , ପଶୁସମ୍ପଦ ବିଭାଗର ରୁ ଡଃ ଦିବ୍ୟ ଶଙ୍କର ଲେଙ୍କା,ପୋଲିସ ବିଭାଗର ରୁ ଗୋପବନ୍ଧୁ ନାୟକ, ବିଦ୍ୟୁତ ବିଭାଗ ର ପ୍ରମୋଦ କୁମାର ପାତ୍ର ଓ ଅମିତ କୁମାର ଜେନା ,ପଣ୍ଡକାମାଲ ସରପଞ୍ଚ ରୀନା ସାହୁ , ଦୀପକ ସା, ଶୁଭେନ୍ଦୁ ବିଶି ,ସମ୍ପଦ କୁମାର ,ବନ ସୁରକ୍ଷା ସମିତି ସଭାପତି ନେହେରୁ ଲାଲ ମାଝୀ , ସୁବାସ ଭୋଇ ,ସନ୍ୟାସୀ ଭୋଇ ,ମନୋହର ପାତ୍ର , ବନ ରକ୍ଷୀ ବାଳ କୃଷ୍ଣ ଜାଲ ,ବିକାଶ ଅଧିକାରୀ କୁନୁ ଛତ୍ରିଆ ,ସଦାନନ୍ଦ ପଧାନ ଉପସ୍ଥିତ ରହି ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ହେଉଥିବା ସଂଘର୍ଷ ,ତାଙ୍କରି ସୁରକ୍ଷା ,ସରକାର ଙ୍କ ଅନୁକମ୍ପା ଓ ବିଭିନ୍ନ ଯୋଜନା ଉପରେ ସଚେତନ କରିବା ସହ ,ବେଆଇନ ହୁକିଙ୍କ ,ବାରୁଦ ଗୋଲା ଅନ୍ୟାନ୍ୟ ଉପାୟରେ ବନ୍ୟପ୍ରାଣୀ ଙ୍କ ପ୍ରାଣହାନୀ କିମ୍ବା ହଇରାଣ ନକରିବାକୁ ମତାମତ ରଖିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ଟିକୁ ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ ସଂଯୋଜନା କରିଥିବା ବେଳେ ,ବନପାଳ ଦୀପକ ସା ଧନ୍ୟବାଦ ଅର୍ପଣ କରିଥିଲେ ।
What's Your Reaction?






