ବେଆଇନ ବାଲି ଉଠାଣ ବିରୋଧରେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କଲେ କଛାରପଡା ଗ୍ରାମବାସୀ।

Mar 4, 2025 - 11:57
 0  63
ବେଆଇନ ବାଲି ଉଠାଣ ବିରୋଧରେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କଲେ କଛାରପଡା ଗ୍ରାମବାସୀ।

ଧର୍ମଗଡ଼:ଲୋକ ଆବାଜ ଇନ(ସନତ ପ୍ରଧାନୀ)

 କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗାଁ କଛାରପଡା ଦେଇ ପ୍ରବାହିତ ହେଉଥିବା ମୁଟୁରା ନଦୀ କୂଳରୁ ବେଆଇନ୍ ଭାବେ ଶହ ଶହ ଟ୍ରିପ୍ ବାଲି ଉଠାଣ ହୋଇଛି। ଏହାକୁ ବନ୍ଦ କରିବା ସହ ବାଲି ମାଫିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସୋମବାର କଛାରପଡାବାସୀ କୋକସରା ତହସିଲ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ ଚିକିଲି ଗ୍ରାମର ଜୈନେକ ବ୍ୟକ୍ତି ଦିର୍ଘ ଦୁଇ ବର୍ଷ ହେଲା କଛାରପଡା ନିକଟ ମୁଟୁରା ନଦୀ ଘାଟରୁ ବିନା ରାୟାଲଟି ଟ୍ରାକ୍ଟର ଲଗାଇ ବେଆଇନ ଭାବେ ଶହ ଶହ ଟ୍ରିପ୍ ବାଲି ନେଇ ଚାଲାଣ କରୁଥିବା ଅଭିଯୋଗ କରିଛନ୍ତି। ପଡାବାସୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ମନା କରିଥିଲେ ମଧ୍ୟ କାହାରି କଥାକୁ କର୍ଣ୍ଣପାତ କରୁ ନଥବା ଅଭିଯୋଗ କରିଛନ୍ତି । ବାଲି ଉଠାଣ ଯୋଗୁଁ ନଦୀ କୁଳ ଖାଇ ଘାଇ ସୃଷ୍ଟି ହେଉଥିବା ସହ ବର୍ଷା ଦିନରେ କଛାରପଡାବାସୀଙ୍କ ମୁଣ୍ଡ ଉପରେ ବିପଦ ରହିଛି। ତେଣୁ ପଡାବାସୀ ବେଆଇନ୍ ବାଲି ଉଠାଣକୁ ବିରୋଧ କରି ସୋମବାର ଗ୍ରାମର ଡମୁ ସୁନାନୀ, ଜଳନ୍ଧର ହାତୀ, ବୁଟୁ ମାଝୀ, ନିଲାମ୍ବର ସୁନାନୀ, ଜଳନ୍ଧର ବେମାଲ, ଗଣା କଟା, ଶିବାଜୀ ପୋଡ଼, ରମେଶ ନିଆଲ, ଭିକ ଶବର, ମହନ ଶବର, ରାମେଶ୍ବର ବେମାଲ, ସତ୍ୟ ରାଉତ, ଗଗନ ଶବର, ଭଗବାନ ରାଉତ, ରାମନାଥ ଶବର, ୠଷି ବେମାଲ, ବିର ବଗର୍ତ୍ତି, ତୁଲାରାମ ବଗର୍ତ୍ତି ସମେତ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ବିଭାଗୀୟ ମୁଖ୍ୟ କିରାଣୀ ଧବଳେଶ୍ବର ବେହେରା ଙ୍କ ଜରିଆରେ ପ୍ରଦାନ କରିଛନ୍ତି। ତତ ସହିତ ତହସିଲଦାର କ୍ଷିରୋଦ ବିହାରୀ ଭାରତ ନାଗଙ୍କୁ ସାକ୍ଷାତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ବେଆଇନ ବାଲି ଉଠାଣକୁ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow