ରଞ୍ଜିତ କୁମାର ସାହୁ ହେଲେ ସୋନପୁର ଆଇଆଇସି

Nov 7, 2024 - 13:11
 0  10
ରଞ୍ଜିତ କୁମାର ସାହୁ ହେଲେ ସୋନପୁର ଆଇଆଇସି

 ସୁବର୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୋନପୁର ସଦର ଥାନାର ନୂତନ ଭାରପ୍ରପ୍ତ ଥାନା ଅଧିକାରୀ ଭାବେ ରଞ୍ଜିତ କୁମାର ସାହୁ ଯୋଗଦାନ କରିଛନ୍ତି । କିଛି ଦିନ ପାଇଁ କାର୍ଯ୍ୟରତ ଥିବା ଆଇଆଇସି ଭୋଜରାଜ ସାଙ୍କ ନିକଟରୁ ସେ ରବିବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସାହୁ ଏହା ପୂର୍ବରୁ ରାମପୁର ଓ ଲଛିପୁର ଥାନାର ଆଇଆଇସି ଭାବେ ଦକ୍ଷତା ର ସହ କାର୍ଯ୍ଯ କରିଥିଲେ l ଜିଲ୍ଲା ସଦର ମହକୁମାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ସହ ବେଆଇନ ନିଶା କାରବାର ବନ୍ଦ କରିବା ଓ ଆଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଧାରଣ ଜନତା ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ସାହୁ। ଏଠାରେ କାର୍ଯ୍ୟରତ ଭାରପ୍ରାପ୍ତ ଆଇଆଇସି ସାଙ୍କୁ ଏବେ ଲଛିପୁର ଥାନା ଓ ଛୁଟିରେ ଥିବା ଆଇଆଇସି ମାହାଣା ଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି l ବାହାର ରାଜ୍ୟ ରୁ ଆସୁଥିବା ଶହ ଶହ ସଂଖ୍ୟାରେ ରିଫ୍ୟୁଜି ଙ୍କୁ ଚିହ୍ନଟ କରିବା ଓ ବିଭିନ୍ନ ଜାଗାରେ ତମ୍ବୁ ମାରି ରହୁଥିବା, ଖାଲି ପଡ଼ିଥିବା ଷ୍ଟଲ୍ ମାନଙ୍କ ରେ ରହୁଥିବା ଏଭଳି ଲୋକ ଙ୍କ ଦ୍ଵାରା ବଢୁଥିବା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ କୁ ନିୟନ୍ତ୍ରଣାଧୀନ କରିବା ଦିଗରେ ମଧ୍ୟ ଗୁରୁତ୍ଵ ଦେବାକୁ , ସହର ରେ କଡା କଡି ପେଟ୍ରୋଲିଂ କରିବାକୁ , ଟ୍ରାଫିକ ବ୍ୟବସ୍ଥା ର ସୁଧାର ଆଣି ଦୁର୍ଘଟଣା ରୋକିବାକୁ ଓଡ଼ିଶା ସାମ୍ୱାଦିକ ସଂଘ ର ଏକ ପ୍ରତନିଧି ଦଳ ଶ୍ରୀ ସାହୁ ଙ୍କୁ ପ୍ରସ୍ତାବ ଦେଇଛନ୍ତି l ଶ୍ରୀ ସାହୁ ମଧ୍ୟ ସହର ରେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଅଧିକ ରୁ ଅଧିକ ଉଦ୍ୟମ ଜାରି ରଖିବି ବୋଲି ସାମ୍ୱାଦିକ ଙ୍କୁ କହିଛନ୍ତି l

What's Your Reaction?

like

dislike

love

funny

angry

sad

wow