ରବିବାର ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀକୁ ତୁଳସୀ ରଥଯାତ୍ରା* -

Nov 9, 2024 - 21:46
 0  6
ରବିବାର ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀକୁ ତୁଳସୀ ରଥଯାତ୍ରା* -

ସୁବର୍ଣ୍ଣପୁର୯/୧୧ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

  

ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରୁ ପୁରୀ ଧାମକୁ ତୁଳସୀ ରଥ ବାହାରିବ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ ନିମନ୍ତେ ଫୁଲ ଓ ତୁଳସୀ (ପଦ୍ମଫୁଲ ଓ ଗେଣ୍ଡୁଫୁଲ) ଲାଗି ହେବା ପାଇଁ ଚଳିତ ଥର ପଞ୍ଚମ ବର୍ଷ ପାଇଁ ରବିବାର ଦିନ ଶ୍ରୀ ପାତାଳି ଶ୍ରୀକ୍ଷେତ୍ର ଠାରୁ ବିନିକା ଜଗନ୍ନାଥ ମନ୍ଦିର, ସୋନପୁର, ବୌଦ୍ଧ, ଦଶପଲ୍ଲା, ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ଵର ରାସ୍ତା ଦେଇ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ତୁଳସୀ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଅଛି। ସମସ୍ତ ଭକ୍ତବୃନ୍ଦ ଆଗ୍ରହ ସହିତ ଶ୍ରୀ ଜଗନ୍ନାଥଙ୍କ ପାଇଁ ତୁଳସୀ ଓ ଫୁଲ ଅର୍ପଣ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି। ୧୦ ତାରିଖ ରବିବାର‌ ସକାଳ ୫ଘ.୩୦ରେ ପାତାଳୀ ଶ୍ରୀକ୍ଷେତ୍ରଠାରୁ ଯାତ୍ରା ଆରମ୍ଭ ହୋଇ ଉଲୁଣ୍ଡା, ଜଗନ୍ନାଥ ମନ୍ଦିର ଠାରେ ୬.୩୦ମି., ବିନିକା ଦୁର୍ଗା ମଣ୍ଡପରେ ଘ.୭.୪୫ମି., ବିନିକା ଶ୍ରୀ ଜଗନ୍ନାଥ ମନ୍ଦିରରେ ୮ଘ.୩୦ମି., ବିଶିମୁଣ୍ଡାରେ ୧୦ ଟା ରେ ସୋନପୁର ଦଧୁବାମନ ମନ୍ଦିରରେ ୧୦ଘ.୪୫ମି., ମନମୁଣ୍ଡା ୧୨ଘ. ୧୫ମି., ବାଉଁଶୁଣୀରେ ୧୨ ଘ.୪୫ମି., ବୌଦ୍ଧରେ ୨ ଘ.୦୦ ମି., ପୁରୁଣାକଟକରେ ୪ଘ.୩୦ ମି., ଦଶପଲାରେ ୬ଘ.୩୦ ମି., ମହିପୁରରେ ୭ ଘ.୩୦ ମି., ନୟାଗଡ଼ରେ ୮ଟା ରେ ପହଞ୍ଚି ରାତ୍ରୀ ଯାପନ ପରେ ୧୧ ତାରିଖ ସୋମ‌ବାର‌ ସକାଳ ୬ ଟାରେ ନୟାଗଡ଼ ରାମ ମନ୍ଦିରରେ ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ଯାତ୍ରା ପୁନଃ ଆରମ୍ଭ ହୋଇ ୯ ଟା ରେ ଖୋର୍ଦ୍ଧା, ୧୧ ଟା ରେ ଭୁବନେଶ୍ୱର, ସାକ୍ଷୀ ଗୋପାଳରେ ୨ ଟା, ଶ୍ରୀ ଗୁଣ୍ଡିୟ ମନ୍ଦିର ୩ ଟା ରୁ ଶୋଭାଯାତ୍ରାରେ ବାହାରି ଶ୍ରୀ ମନ୍ଦିରରେ ତୁଳସୀ ଅର୍ପଣ କରାଯିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

What's Your Reaction?

like

dislike

love

funny

angry

sad

wow