ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଜନଶୁଣାଣୀ , ପ୍ରସାର ପ୍ରସାର ଅଭାବ ଯୋଗୁଁ ବହୁ ହିତାଧିକାରୀ ବଞ୍ଚିତ

Dec 18, 2024 - 20:32
 0  9
ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଜନଶୁଣାଣୀ , ପ୍ରସାର ପ୍ରସାର ଅଭାବ ଯୋଗୁଁ ବହୁ ହିତାଧିକାରୀ ବଞ୍ଚିତ

,ସଇଁତଲା: ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ କେନ୍ଦ୍ର ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶ୍ଵଲୱାର ଓ ଏସପି ରିଷିକେଶ ଖିଲାରୀ ଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ କରମତଲା ପଞ୍ଚାୟତର ଦାବଯୋରୀ, ଭଣ୍ଡାରବାଞ୍ଜି, ଲୁଥାକେନ, ଭିରକା ପଡା ଓ ଭୋଏର ପଡା ଗ୍ରାମବାସୀ ମାନେ ଗତ ସାଧାରଣ ନିର୍ବାଚନରେ ପଞ୍ଚାୟତ ଦାବୀ ଭୋଟ ବର୍ଜନ କରିଥିଲେ l କିନ୍ତୁ ଅଭିଯୋଗର 6 ମାସ ବିତିଯାଇଥିଲେ ସୁଦ୍ଧା ପ୍ରଶାସନ କୋଣସି ପଦକ୍ଷେପ ଗ୍ରହଣ କରୁନାହିଁ l ଫଳରେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେବୁ ବୋଲି କୃଷ୍ଣ ଚନ୍ଦ୍ର ବାଗ ଅଭିଯୋଗ କରିଛନ୍ତି l ଏହି ବ୍ଲକରେ ବାରମ୍ବାର ସରକାରୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସଇଁତଲା ବିଡ଼ିଓ ସ୍ଥାନୀୟ ସାମ୍ବାଦିକମାନଙ୍କୁ କାର୍ଯ୍ୟକ୍ରମ କୋଣସି ସୂଚନା ଦେଉନାହାନ୍ତି ବୋଲି ସାମ୍ବାଦିକମାନଙ୍କ ତରଫରୁ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଥିଲେ l ଗଣ୍ଡପତ୍ରାପାଲି ପଞ୍ଚାୟତ ସ୍ଥିତ ଫପସି ଜଗମାତା ସ୍କୁଲ ଠାରୁ ବଡ଼ମାଳ ରେଲୱେ ଷ୍ଟେସନ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥା ପଡିରହିଛି l ଏହା ସହିତ ଗଣ୍ଡପତ୍ରାପାଲି ପଞ୍ଚାୟତ ଠାରେ ଦୀର୍ଘ ଦିନ ହେଲା ସିଏଚଓ ପଦବୀ ଖାଲିପଡିଛି l ଏଣୁ ରାସ୍ତା ମରାମତି ସାଙ୍ଗକୁ ଶୀଘ୍ର ନିଯୁକ୍ତି କରାଯାଉ ବୋଲି ସରପଞ୍ଚ ମନୀଷ ସୁନା ଦାବୀ କରିଛନ୍ତି l ସେହିପରି ସଇଁତଲା ସହରର ରାସ୍ତାଘାଟ ଗୁଡିକ ଶୋଚନୀୟ ହୋଇପଡ଼ିଛି l ଏପରିକି ବିରାଟ ବିରାଟ ଗାତ ସୃଷ୍ଟି ହେବା ସହ ଲୋକେ ଦୁର୍ଘଟଣା ଶିକାର ହେଉଛନ୍ତି ବୋଲି ମହେଶ ଅଗ୍ରୱାଲ ଅଭିଯୋଗ କରିଛନ୍ତି l କୁମ୍ଭାରୀ ପଞ୍ଚାୟତ ଡୁମେରମୁଣ୍ଡା ଗାଁରେ ଦୀର୍ଘ 6 ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ଥିବା ଯୋଗୁଁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି ତେଣୁ ଶୀଘ୍ର ମରାମତି କରି ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ସରପଞ୍ଚ ଶୈଳେନ୍ଦ୍ରୀ ମହାନନ୍ଦ ଅଭିଯୋଗ କରିଛନ୍ତି l କନ୍ଦକେଲଗାଁ ପଞ୍ଚାୟତର ଚାଷୀ ଧାନ ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେହି ପଞ୍ଚାୟତରେ ମଣ୍ଡି ଖୋଲିବା ପାଇଁ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ପ୍ରଶାସନ ନୀରବ ରହୁଛନ୍ତି ବୋଲି ଚାଷୀ ସନ୍ତୋଷ ପ୍ରଧାନ,, ଲବ ସାହୁ, ପଞ୍ଚାନନ ସାହୁ, କିଷାନ ବାରିକ, ଭୁବନେଶ୍ୱର ସାହୁ, ଦେବରାଜ ମେହେର ଓ ବିଶ୍ୱେଶ୍ଵର ବିଶି ପ୍ରମୁଖ ଅଭିଯୋଗ କରିଥିଲେ l ଯାହା ଫଳରେ ପ୍ରଚାର ପ୍ରସାଦ ଅଭାବ ଯୋଗୁଁ ଅଧିକାଂଶ ହିତାଧିକାରୀ ବଞ୍ଚିତ ଥିବା ଅଭିଯୋଗ ହୋଇଛି l ବୈଠକରେ ପିଡି ପ୍ରଭାତ ମହାପାତ୍ର , ଟିଟିଲାଗଡ଼ ଉପ ଜିଲ୍ଲାପାଳ ରେହାନ ଖତ୍ରୀ, ଏସଡିପିଓ ଗୌରାଙ୍ଗ ଚରଣ ସାହୁ, ସଇଁତଲା ବିଡ଼ିଓ ବିନୟ ଭୋଇ ଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l ଏହି ଶୁଣାଣୀରେ 82 ଜଣ ହିତାଧିକାରୀ ଅଭିଯୋଗ କରିଥିଲେ 

l

What's Your Reaction?

like

dislike

love

funny

angry

sad

wow