ରାଜ୍ୟସ୍ତରୀୟ ସର୍ଗିଫୁଲ ମହୋତ୍ସବରେ ସଇଁତଲା ଏସଏସଡି ଛାତ୍ରୀଙ୍କ କୃତିତ୍ୱ ଅର୍ଜନ

ସଇଁତଲା: ଲୋକ ଆବାଜ୍.ଇନ୍ (ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ୍)
ଭୁବନେଶ୍ୱର ୟୁନିଟ୍ – ୧ ସ୍ଥିତ ଆଦିବାସୀ ପଡିଆ ଠାରେ ଗତ 4 ଦିନ ଧରି ହୋଇଥିବା ରାଜ୍ୟସ୍ତରୀୟ ସର୍ଗିଫୁଲ ମହୋତ୍ସବରେ ସଇଁତଲା ଏସଏସଡି ବାଳିକା ବିଦ୍ୟାଳୟର ଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା ପରିବେଷଣ କରି କୃତିତ୍ୱ ଅର୍ଜନ ହାସଲ କରିଛନ୍ତି l ଉକ୍ତ ପ୍ରତିଯୋଗିତାରେ ସଇଁତଲା ଏସ୍ଏସ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୋନାଲି ବାଗ, ଶ୍ରୁତିମୟୀ କୁମାର, ଲଭଳି ଭୋଇ, ଅର୍ଚିତା କୁମ୍ଭାର, ରୋଷନୀ ମହାନନ୍ଦ ଓ ସନ୍ତୋଷିନୀ ମାଝୀ ଦଳଗତ ନୃତ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସାଧାରଣ ଜ୍ଞାନ କନିଷ୍ଟ ଓ ବରିଷ୍ଠ ବିଭାଗରେ ରଜସ୍ମିତା କୁମାର ଓ ଅଲିଭା କୁମାର ଦ୍ଵିତୀୟ ସ୍ଥାନ, ଏକକ ସଂଗୀତରେ କନିଷ୍ଠ ବିଭାଗରେ ଅଙ୍କିତା ବାରିକ ପ୍ରଥମ ଓ ବରିଷ୍ଠ ବିଭାଗରେ ଇଶା ମହାନନ୍ଦ ଦ୍ଵିତୀୟ ସ୍ଥାନ,ଏକକ ନୃତ୍ୟରେ କନିଷ୍ଠ ବିଭାଗରେ ଲିଜା ତାଣ୍ଡି ପ୍ରଥମ, ବାଦ୍ୟଯନ୍ତ୍ର ବରିଷ୍ଠ ବିଭାଗରେ ସୀମା ମହାନନ୍ଦ ପ୍ରଥମ ସ୍ଥାନ ହାସଲ କରିଛନ୍ତି l ଏହି ପରିପେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି l ଏଭଳି ସଫଳତା ଖବର ଆସିଲା ପରେ ସଇଁତଲା ଏସ୍ଏସ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ହୋତା ଓ ସଂଗୀତ ଶିକ୍ଷୟିତ୍ରୀ କଳ୍ପନା ପାଣିଗ୍ରାହୀ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କୃତୀ ଅର୍ଜନ କରିଥିବା ଛାତ୍ରୀମାନେ ବିଦ୍ୟାଳୟକୁ ପହଂଚିଵା ପରେ ଫୁଲ ଚନ୍ଦନ ଦେଇ ସ୍ୱାଗତ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।
What's Your Reaction?






