ଡୁଆଝର ପ୍ୟାକ୍ସ୍ ସେକ୍ରେଟାରୀ ଭାବେ ଶୁଭେନ୍ଦ୍ର କୁମାର ତାଣ୍ଡିଙ୍କ ପଦଗ୍ରହଣ

Oct 24, 2025 - 11:04
 0  19
ଡୁଆଝର ପ୍ୟାକ୍ସ୍ ସେକ୍ରେଟାରୀ ଭାବେ ଶୁଭେନ୍ଦ୍ର କୁମାର ତାଣ୍ଡିଙ୍କ ପଦଗ୍ରହଣ

ନୂଆପଡ଼ା - ଲୋକ ଆବାଜ୍.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ) ନୂଆପଡ଼ା ଜିଲ୍ଲା ଖରୀଆର ବ୍ଲକର ଡୁଆଝର ପ୍ରାଥମିକ କୃଷି ସମବାୟ ସମିତିରେ ଗତକାଲି ଅକ୍ଟୋବର ୨୨ ତାରିଖରେ ତିନି ବର୍ଷ ଖାଲି ପଡ଼ିଥିବା ସେକ୍ରେଟାରୀ ପଦବୀରେ ଗୁଡଭେଳି ଗ୍ରାମ ନିବାସୀ ସ୍ୱର୍ଗୀୟ ନେହେରୁ ଲାଲ ତାଣ୍ଡିଙ୍କ ଏକମାତ୍ର ପୁତ୍ର ଶୁଭେନ୍ଦ୍ର କୁମାର ତାଣ୍ଡି, ଯିଏ ଶୁଭମ ତାଣ୍ଡି ନାମରେ ପରିଚିତ ସେ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଯୋଗଦାନ କରି ପଦଗ୍ରହଣ କରିଛନ୍ତି। ଏହି ଅବସରରେ ସୁଶାନ୍ତ ମାଝୀ, ଡିକୁ ଜଗତ, ନାଥୁରାମ ଜଗତ ଓ ସମସ୍ତ କାର୍ଯ୍ୟାଳୟ କର୍ମଚାରୀଙ୍କ ଉପସ୍ଥିତିରେ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥବିର ତାଣ୍ଡି ପଦ ଗ୍ରହଣ କରାଇଥିଲେ। ସମସ୍ତେ ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ସାଦରେ ସ୍ୱାଗତ କରି ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ଶୁଭେନ୍ଦ୍ର କୁମାର ତାଣ୍ଡି ଜଣେ ପରିଚିତ ସମାଜସେବୀ, ଯିଏ ନୁଆପଡା ଜିଲ୍ଲାରେ ନିଜର ସେବାକାର୍ଯ୍ୟ ମାଧ୍ୟମରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ଅନେକ ସ୍ଥାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି ।

ତାଙ୍କର ସଂଗଠନ ପିପୁଲ୍ସ ହୋପ ଫାଉଣ୍ଡେସନ ମାଧ୍ୟମରେ ରକ୍ତଦାନ, ସଚେତନତା, ଜନସେବା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ରହିଛି । ସେବାମୂଳକ ମନୋଭାବ ଓ ଦକ୍ଷତା ତାଙ୍କୁ ଏକ ଦକ୍ଷ ଓ ପ୍ରତିବଦ୍ଧ ସମାଜସେବୀ ଭାବେ ପରିଚିତ କରାଇଛି। ପଦଗ୍ରହଣ ପରେ ଶ୍ରୀ ତାଣ୍ଡି କହିଥିଲେ - ମୋର ପ୍ରଥମ ଲକ୍ଷ୍ୟ ହେଉଛି କୌଣସି ପ୍ରକାର ପକ୍ଷପାତ ନକରି କୃଷକମାନଙ୍କୁ ସମସ୍ତ ସୁବିଧା ଯୋଗାଇବା, ଋଣ ବଣ୍ଟନରେ ପାରଦର୍ଶିତା ଆଣିବା ଓ ସମିତିର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବା । ମୁଁ ନିଷ୍ଠା ଓ ଶ୍ରଦ୍ଧା ସହ ଏହି ଦାୟିତ୍ୱ ନିର୍ବାହ କରିବି ବୋଲି ସ୍ପଷ୍ଟ ମତ ପ୍ରଦାନ କରିଛନ୍ତି ।ଡୁଆଝର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଯୁବରାଜ ଜଗତ ଓ ସ୍ଥାନୀୟ ସଦସ୍ୟ ତଥା କୃଷକମାନେ ଶ୍ରୀ ତାଣ୍ଡିଙ୍କ ନୂତନ ଦାୟିତ୍ୱ ଗ୍ରହଣକୁ ସ୍ୱାଗତ କରିଛନ୍ତି। ସମସ୍ତେ ତାଙ୍କ ନେତୃତ୍ୱରେ ସମିତିର ଉନ୍ନତି ଓ କୃଷକମାନଙ୍କ ମଙ୍ଗଳ ପାଇଁ ଏକ ଉଜ୍ଜ୍ୱଳ ଭବି�

What's Your Reaction?

like

dislike

love

funny

angry

sad

wow