ରାସ୍ତା ନ ଥିବାରୁ ଜୀବନ ଗଲା

Sep 16, 2024 - 20:16
 0  119
ରାସ୍ତା ନ ଥିବାରୁ ଜୀବନ ଗଲା

ବାଲିଗୁଡ଼ା:ଲୋକ୍ ଆବାଜ୍‌.ଇନ୍‌(ପ୍ରମୋଦ କୁମାର ଦଣ୍ଡସେନାଙ୍କ ରିପୋର୍ଟ)

ରାସ୍ତା ନ ଥିବାରୁ ଜୀବନ ଗଲା l  ବାଲିଗୁଡ଼ା -(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)କଂଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ବାଡିପଙ୍ଗା ଗାଁ ରେ ଅଭାବନୀୟ ଘଟଣା ଅଞ୍ଚଳ ରେ ଶୋକର ଛାୟା ଖେଳାଇ ଦେଇଛି l ଆଜି ଦୁର୍ଗାପାଙ୍ଗା ଗ୍ରାମ ପଞ୍ଚାୟତ ବାଡିପାଂଗା ଗାଁ ର ବାୟା ରାଇତଙ୍କ ୨୫ ବର୍ଷୀୟା ପୁଅଶ୍ରୀକାନ୍ତ ରଇତ ଙ୍କ ଅକାଳେ ଜୀବନ ପ୍ରଦୀପ ଲିଭିଯାଇଛି l ମୃତକ ଶ୍ରୀକାନ୍ତ ଙ୍କ ଦେହ ଖରାପ ହେବାରୁ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ ଗାଁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା ଶେଷରେ ଗ୍ରାମବାସୀ ଏକ ଖଟିଆ ରେ ଶ୍ରୀକାନ୍ତ କୁ ବୋହି ଆଣି କୋଟଗଡ଼ ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଚିକିତ୍ସାଧିନ ଅବସ୍ଥାରେ ଶ୍ରୀକାନ୍ତ ମୃତ୍ୟୁ ବରଣ କରିଥିଲେ l ରାସ୍ତା ଖରାପ ଯୋଗୁଁ ଶ୍ରୀକାନ୍ତ କୁ ମେଡିକାଲ ରେ ପହଞ୍ଚିବା ବିଳମ୍ବ ଯୋଗୁଁ ଚିକିତ୍ସା ସେବା ନପାଇ ମୃତ୍ୟୁ ହୋଇଛି , ରାସ୍ତା ଥିଲେ ହୁଏତ ନିରୀହ ଙ୍କ ଜୀବନ ବଞ୍ଚି ଥାଆନ୍ତା  ବୋଲି  ଗ୍ରାମବାସୀ ପ୍ରକାଶ କରିଛନ୍ତି lସୂଚନାଯୋଗ୍ୟ ଯେ କୋଟଗଡ଼ ବ୍ଲକ୍ ର ଦୁର୍ଗାପାଙ୍ଗl ଗ୍ରାମ ପଂଚାୟତ ରେ ରାସ୍ତା କାମ ନାଁ ରେ କୋଟିର ରୁ ଉର୍ଦ୍ଧ୍ବ ଘୋଟାଲା ହୋଇଛି ପୁର୍ବ ସରକାର ଙ୍କ ଅମଳ ରେ ଜି , ଆର୍,ଏସ  ଜେ ଇ ମିଳିମିଶି ଭେଣ୍ଡର ଙ୍କ ଜମାଖାତା କୁ କୋଟିଏ ରୁ ଉର୍ଦ୍ଧ ଟଙ୍କା ଛଡ଼ା ଯାଇଛି ତେବେ ବାଡ଼ିପାଙ୍ଗା ,ଡିମ୍ବୀଲ୍ଲି,ସାକାର ଯୋଡ଼ି ଆଦି ଗ୍ରାମ ମାନଙ୍କରେ କୌଣସି ରାସ୍ତା ହୋଇନାହିଁ ମିଥ୍ୟା ବିଲ୍ କରି ମିଳିମିଶି ଖାଇଥିବା ଅଭିଯୋଗ ପରେ ବି ପ୍ରଶାସନର କାର୍ଯ୍ୟନୁଷ୍ଠାନ ଶୂନ l ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଈଁ ବିଭିନ୍ନ ମହଲ ରେ ଦାବୀ ହୋଇଛି l

What's Your Reaction?

like

dislike

love

funny

angry

sad

wow