ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ...... ଦିବ୍ୟଙ୍ଗ ଛାତ୍ରୀ ଛାତ୍ର ଦେଖେଇଲେ କମାଲ

କର୍ଲାମୁଣ୍ଡା: ଲୋକ ଆବାଜ. ଇନ୍ (ବ୍ୟୁରୋ ରିପୋର୍ଟ୍)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯଳୟ ପରିସରରେ ମଙ୍ଗଳବାର ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଦିବ୍ୟଙ୍ଗ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସହ ପ୍ରମାଣ ପତ୍ର ଓ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାରେ ଖେଳଶିକ୍ଷକ ପଦ୍ମନାଭବନଛୋର, ଥବିରଭୋଇ, ବୈଜୟନ୍ତୀ ପୋଢ଼ ,ପ୍ରଫୁଲ୍ଲ ରଣା,ଶିକ୍ଷକ ପ୍ରଶାନ୍ତ ମିଶ୍ର, ପପୁ କୁମାର,ସୁନିତା କୁମାର ପରିଚାଳନା କରିଥିଲେ।
।ପୁରସ୍କାର ବିତରଣ ସଭାରେ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୋହିତ କୁମାର ରଣା ଓ ଗୋପ ମଣୀ ସାହୁ ପ୍ରମୁଖ ଯୋଗ ଦେଇ ଆଜି ଦିବସର ତାପର୍ଯ୍ୟ କହିବା ସହ ଦିବ୍ୟଙ୍ଗ ହେଲେ ମଧ୍ୟ ସେମାନଙ୍କ ପାଖରେ ଅନେକ ଆଭ୍ୟନ୍ତରୀଣ ଗୁଣ ରହିଥାଏ,ତାକୁ ଆମେ ଜାଣିବାକୁ ହେବ ବୋଲି ମତପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ରେଙ୍ଗାଲି ସିଆରସିସି ଉଜ୍ଜ୍ୱଳ କୁମାର ସାହୁ ସଂଯୋଜନା କରିଥିଲେ ଓ ବିଆରଟି ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ସିଆରସିସି ଓ କର୍ମଚାରୀ ମାନେ ସହଯୋଗ କରିଥିଲେ
What's Your Reaction?






