ରେଙ୍ଗାଲି ଓ ଗଜବାହାଲ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ......

କର୍ଲାମୁଣ୍ଡା:୬/୬ଲୋକ ଆବାଜ. ଇନ (ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି ଓ ଗଜବାହାଲ ଠାରେ କୃଷି ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ରେଙ୍ଗାଲି ଠାରେ ଆୟୋଜିତ ସଭା ରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, ରିଞ୍ଜ। ସରପଞ୍ଚ ପୂର୍ଣ୍ଣମୀ ମାଝୀ , ସମିତି ସଭ୍ୟ ଆନନ୍ଦ ନାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୃଷି ବୈଜ୍ଞାନିକ ବିନୋଦ ଜେନା ଓ ସ୍ୱରାଜ ମେହେର, ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ଏଏଓ କୁମାର ଚିରଞ୍ଜିବି,ଇଫକୋ କର୍ମଚାରୀ ମାନସ ଟକରିଆ, ଏ ଏଚ ଓ ରୀଙ୍କୁ ପ୍ରଧାନ,ମୃତ୍ତିକା ସରକ୍ଷଣ କର୍ମଚାରୀ ବିଜୟ ମିଶ୍ର, କେସିଙ୍ଗା ବ୍ଲକ ବରିଷ୍ଠ ଖବର ଦାତା ଯଯାତି କେଶରୀ ସିଂ ଦେଓ ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଚାଷୀ ଙ୍କୁ ଖରିଫ ଫସଲର ସଦ୍ୟତମ ପ୍ରଯୁକ୍ତି ର ସୂଚନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରିତ ଫସଲ ଚୟନ , କମ ସମୟରେ ଅଧିକ ଜମିରେ ଔଷଧ ସିଞ୍ଚନ ପାଇଁ ଦ୍ରୋନ ର ବ୍ୟବହାର ,ଅଧିକ ରୁ ଅଧିକ ଚାଷୀ ଙ୍କ ନିକଟରେ ସରକାରୀ ଯୋଜନା ର ଲାଭ ପହଞ୍ଚେଇବା ଆଦି ବିଷୟରେ ଆଲୋଚନା କରିଥିଲେ।ଏଥିରେ ଶତାଧିକ ଚାଷୀ ଅଂଶୁ ଗ୍ରହଣ କରିଥିଲେ। ସଭା କାର୍ଯ୍ୟ ରେ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ର ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିଲେ ଓ ଏଏଓ କୁମାର ଚିରଞ୍ଜିବି ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ଗଜବାହାଲ ପଞ୍ଚାୟତ ସଭା ଗୃହ ଠାରେ ମଧ୍ୟ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଥିଲା।ଏଥିରେ ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର ଅତିଥି ଭାବେ ଯୋଗ ଦେଇଥିଲେ ଓ ଜିଲ୍ଲା ତଥା ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ କୃଷକ ମାନଙ୍କୁ ବିଭିନ୍ନ ଯୋଜନା ,ଚାଷ ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିଥିଲେ।ଏଥିରେ ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ ସଂଯୋଜକ ଜଗଦୀଶ ପ୍ରସାଦ ରଣା ସଂଯୋଜନା କରିଥିଲେ।ପୃଥକ ପୃଥକ ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ଏଟିଏମ୍ ଶ୍ୟାମ ପଦ ଭଞ୍ଜ,ଭିଏଡବ୍ଲୁ ଲୋକ ନାଥ ନାଗ, ସୁରଜ ସାହୁ,ସନ୍ତୋଶିନୀ ବରାହ,ପ୍ରତ୍ୟୁଶିନୀ ରାଉତରାୟ ଓ କୃଷକ ସାଥି ଦୟା ରଣା, ବେଦ ବର ସାହୁ,କିଶୋର ସାହୁ ,ରୁଦ୍ର ସାହୁ,ବଳଦେବ ଭୋଇ , କୁଶ ସାହୁ, ଟିକେମନ ଭୋଇ,ବାଲ ମୁକୁନ୍ଦ ସାହୁ, ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ସିଆରପି ଭାନୁ ମତି ପଧାନ, ଧୁରବନ ବାଗ ଙ୍କ ଆତ୍ମା କମିଟି ର ସଦସ୍ୟ ଓ ଚାଷୀ ମାନେ ସହଯୋଗ କରିଥିଲେ
What's Your Reaction?






