ରେଡ଼ିଓ ସ୍ୱୟଂ ଶକ୍ତି ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ :

ରେଡ଼ିଓ ସ୍ଵୟଂଶକ୍ତିର ସ୍ଵତନ୍ତ୍ର କାର୍ଯ୍ୟକ୍ରମ
ନୂଆପଡ଼ା: ଲୋକ୍ ଆଵାଜ୍.ଇନ୍(ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ଖରୀଆର ଠାରେ ରେଡ଼ିଓ ସ୍ଵୟଂ ଶକ୍ତି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ପବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ୱରେ "ଆମର ବୟସ୍କ ଆମର ଗୌରବ" ମାଧ୍ୟମରେ ଭାରତ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଏବଂ ଟୋଲ ଫ୍ରି ନମ୍ବର ୧୪୫୬୭ ସମ୍ପର୍କରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ସହିତ ସେମାନେ କେତେଦୂର ସରକାରୀ ଯୋଜନା ଗୁଡିକ ଉପରେ ଅବଗତ ଅଛନ୍ତି ସେ ସମ୍ପର୍କରେ ସେମାନଙ୍କ ପାଖରୁ ମତାମତ ନିଆଯାଇଥିଲା ।ଆଜିର କାର୍ଯ୍ୟକ୍ରମରେ ରେଡ଼ିଓ ସ୍ଵୟଂ ଶକ୍ତିର ସଂଯୋଜକ ରାଜେଶ ହଂସ,ଷ୍ଟେସନ ଇନ୍ ଚାର୍ଜ ଆଶୁତୋଷ ଥନାପତି,କାର୍ଯ୍ୟକର୍ତ୍ତା ହରପ୍ରସାଦ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ ।
What's Your Reaction?






