ରୋକାଲ ଠାରେ ଏସ ଏଚ୍ ଜି ବ୍ୟାଙ୍କ୍ ଋଣ - ସ୍ଵତନ୍ତ୍ର କାର୍ଯ୍ୟକ୍ରମ

Aug 22, 2024 - 14:43
Aug 22, 2024 - 14:44
 0  60
ରୋକାଲ ଠାରେ ଏସ ଏଚ୍ ଜି ବ୍ୟାଙ୍କ୍ ଋଣ - ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ନୂଆପଡା (ରାମନାଥ ପଣ୍ଡାଙ୍କ ରିପୋର୍ଟ , ଲୋକ ଆବାଜ) :

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୋକାଲ୍ ମିଶନ ଶକ୍ତି ଗୃହ ଠାରେ କରଙ୍ଗାମାଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମିତ୍ର ସବିତା ବାଗଙ୍କ ଦ୍ଵାରା ମିଶନ ଶକ୍ତିର ବ୍ୟାଙ୍କ ଋଣ ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ନେଇ ଏକ ସଭା ଆୟୋଜିତ ହୋଇଥିଲା ।ଏହି ସଭାରେ ଏସ ଏଚ୍ ଜି ମାନଙ୍କୁ ଋଣ ଦେବା ପାଇଁ ଫର୍ମ ସଂଗ୍ରହ କରାଯିବା ସହ ଗ୍ରେଡିଂ ମଧ୍ୟ କରାଯାଇଛି ।ସମସ୍ତ ସ୍ଵୟଂ ସହାୟିକା ଗୋଷ୍ଠୀ କେମିତି ଆହୁରି ନିର୍ଭର ଶିଳ ହୋଇପାରିବେ ତା'ପାଇଁ ସରକାରଙ୍କ ଏହା ହେଉଛି ପ୍ରକୃଷ୍ଟ ଯୋଜନା ।

ଆଜି ଆୟୋଜିତ ଏହି ସଭାରେ ଏମ ବି କେ ଇନ୍ଦିରା ବାଗ,ସି ଆର୍ ପି ବବି ସୁନାନି, ମିନତୀ ପଣ୍ଡା,କରିଶ୍ମା ବଛା, ରିନୀ ପଣ୍ଡା,ରୁପକାନ୍ତି ସଲମା, ଜ୍ୟୋତିର୍ମୟୀ ଶବର,ଦିବ୍ୟ କାନ୍ତି ଶବର,ରଶ୍ମିତା ନାଏକ,ଶ୍ରୀଦେବୀ ବାଗ ଉପସ୍ଥିତ ରହି ଗୋଷ୍ଠୀର ତାଲିକା ପ୍ରସ୍ତୁତ କଲେ ।ମହିଳାଙ୍କୁ ଆଗକୁ ବଢ଼ାଇବାରେ ମିଶନ ଶକ୍ତିର କ୍ୟାଡ଼ର ମାନଙ୍କ ଭୂମିକା ବେଶୀ ।ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଦ୍ଵାରା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ମହିଳା ଉପକୃତ ହେବାର ସମ୍ଭାବନା ରହିଛି।

What's Your Reaction?

like

dislike

love

funny

angry

sad

wow