ଲୁକାପଡ଼ା ପେକ୍ସ ଅନ୍ତର୍ଗତ ପଳସାଗୋରା ଧାନମଣ୍ଡି ଉଦଘାଟିତ ।

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲାର ଧାନମଣ୍ଡି ପାଇଁ କଣ୍ଟାମାଳ ବ୍ଲକର ମନମୁଣ୍ଡା ମାର୍କେଟୟାର୍ଡ଼ଠାରେ ଧାନକ୍ରୟର ଶୁଭାରମ୍ଭ ହେବାର 4ଦିନ ପରେଲୁକlପଡାପ୍ୟାକ୍ସ ଅନ୍ତର୍ଗତ ପଳସାଗୋରା ମାର୍କେଟୟାର୍ଡ ଠାରେ ରେ ଧାନ କ୍ରୟ ନିମନ୍ତେ ପ୍ୟାକ୍ସ ସଂପାଦକ ନିର୍ମଳ ବିଶ୍ୱାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ୟାକ୍ସ ସଭାପତି ପିତାମ୍ବର ସାହୁ ଆନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା ପରେ ଉଦଘାଟନ କରିଥିଲେ। ପଳସା ଗୋରାମଣ୍ଡିର ପରିଚାଳକ ନୋଡ଼ାଲ ଅଫିସର ପଳସାଗୋରା ଭିଏବ୍ୟୁ ଅଂଶୁମାନ ଦଣ୍ଡୁଆସି,ଆରଏମସି କର୍ମଚାରୀ ବିଷ୍ଣୁ ପ୍ରଧାନ, ଚନ୍ଦନ ପ୍ରଧାନ, ଚାଷିନେତା ରଞ୍ଜନ କୁମାର ପଣ୍ଡା, ପୁର୍ଣଚନ୍ଦ୍ର ପଣ୍ଡା, ରକି ପଣ୍ଡା,ପବିତ୍ର ସାହୁଉପସ୍ଥିତ ଥିଲେ l
ଚାଷୀ ରବୀନ୍ଦ୍ର କୁମାର ପ୍ରଧାନ 75କୁଇଣ୍ଟାଲ, କୁନୁକୁନି ସାହୁ 26କୁଇଣ୍ଟାଲ 52କେଜି, ଶ୍ୟାମ ସୁନ୍ଦର ସାହୁ 37କୁଇଣ୍ଟାଲ 96କେଜି, ପୂର୍ଣ୍ଣ ଚରଣ ଦୀପ 26କୁଇଣ୍ଟାଲ 78କେଜି, ସୁଶାନ୍ତ କମ୍ପ15କୁଇଣ୍ଟାଲ 99କେଜି, ସହଦେଵ ସାହୁ 24କୁଇଣ୍ଟାଲ 70କେଜି, ହେମନ୍ତ ସାହୁ 72କୁଇଣ୍ଟାଲ 15କେଜି, ପ୍ରକାଶ ପ୍ରଧାନ 37କୁଇଣ୍ଟାଲ 24କେଜି, ଦୀନବନ୍ଧୁ ସାହୁ 29କୁଇଣ୍ଟାଲ 64କେଜି ଧାନ ବିକ୍ରୟ କରିଥିଲେl ।ପ୍ୟାକ୍ସର ଡିଇଓ ଶମ୍ଭୁ ପ୍ରସାଦ ସାହୁ, କର୍ମଚାରୀ ରାଜେନ୍ଦ୍ର ପଣ୍ଡା, କୈଳାସ ନାୟକ ସହଯୋଗ କରିଥିଲେ।
What's Your Reaction?






