ପ୍ରତିଭା ଧାରୀ ଶିକ୍ଷାର୍ଥୀ ଚିନ୍ନଟ ସକାଶେ ଶିଶୁ ମହୋତ୍ସବ ସୁରଭି କର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଦମପାଳ ଉଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ମଧ୍ୟରେ ଥିବା ପ୍ରତିଭାଧାରୀ ଶିକ୍ଷାର୍ଥୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଲକ୍ଷାଭିମୁଖୀ କରିବା ଉଦ୍ୟେଶରେ ବିଲାସପୁର, ଆଞ୍ଚଳିକ ସାଧନ କେନ୍ଦ୍ର ସନଯୋଯୋକ ଶ୍ରୀମାନ ସଞ୍ଜୟ ଜଗଦଲା ଙ୍କ ତତ୍ବାବଧାନରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋସବ ସୁରଭି ଅନୁଷ୍ଟିତ ହୋଇ ଯାଇଅଛି । କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରଯାଇଥିଲା । ମୁଖ୍ୟ ଅତିଥି ଭାବରେ ଜନତା ଉଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚଣ୍ଡୀ ପ୍ରସାଦ ବେହେରା ଓ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଜ୍ଞାନ ଭୂଷଣ ମେଣ୍ଡିଲି ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ । ବଡରାହାଯର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ପରାଧୀନ ନାଏକ ଓ ବିଚିକା ଉଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଲିଙ୍ଗରାଜ ମେହେର ସ୍ଵାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ଜଗମୋହନ କର୍ମୀ ଓ ସୁବଳ ଚରଣ ଦିଶିରୀ କାର୍ଯ୍ୟକ୍ରମ କୁ ତଦାରଖ କରିଥିବା ବେଳେ ବିଲାସପୁର ଉଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜଗମୋହନ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀ ଙ୍କ ପାଇଁ ତର୍କ ,ପ୍ରବନ୍ଧ ,ବକ୍ତୃତା ,ସୃଜନଶୀଳ ଲିଖନ ,ସଂଗୀତ ଓ ନୃତ୍ୟ ଇତ୍ୟାଦି ର ପ୍ରତିଯୋଗୀତା ରଖାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ 11 ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଅତିଥି ମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସୁଦାମ ଚରଣ ମିଶ୍ର ,ସୁମନ୍ତ କୁମାର ନାଏକ , ପ୍ରସନ୍ନ କୁମାର ଗେଜ , ମହୋନ ଗେଜ , ଦନାର୍ଦନ ବାରିକ , ଚିତ୍ତରଞ୍ଜନ ବାରିକ , ଶାଶ୍ଵତ ଶୁନ୍ଦର ନାଏକ , ପୁଷ୍ପାଞ୍ଜଳି ମିଶ୍ର , ବିକ୍ରମ ସାହୁ , ସତ୍ୟନାରାୟଣ ନାଏକ , ଚମରା ପ୍ରସାଦ ଦାସ , କୃତିବାସ ଭୋଇ , ଜନତା ଉଚ ବିଦ୍ୟାଳୟ ର ଶାରୀରିକ ଶିକ୍ଷା ଶିକ୍ଷକ (PET) ଓ ଛାତ୍ର ଛାତ୍ରୀ ସମେତ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ଓ ଅବିଭାବକ ଗଣ ଉପସ୍ଥିତ ଥିଲେ ।
What's Your Reaction?






