ଶାଳ କାଠ ସହ ଗାଡ଼ି ଜବତ,ଜଣେ ଗିରଫ

Aug 21, 2024 - 19:30
Aug 21, 2024 - 20:06
 0  74
ଶାଳ କାଠ ସହ ଗାଡ଼ି ଜବତ,ଜଣେ ଗିରଫ

କଳାହାଣ୍ଡି : ଲୋକ ଆବାଜ. ଇନ୍ (ବ୍ୟୁରୋ):

କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ମ,ରାମପୁର ରେଞ୍ଜ ର ଆରସ୍କୁପା ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ଗାଡ଼ି ଜବତ ସହ ଜଣେ ଗିରଫ ହେଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ପେଟ୍ରଲିଂ ବେଳେ ଏକ ବୋଲେରୋ ପିକ୍ ଅଫ୍ ଭ୍ୟାନ୍( ଓଡି ୦୩ ୱାଇ ୦୬୯୮) ଆଉ ଏକ ପଲ୍ସର ବାଇକ( ଓଡ଼ି ୦୩ ଏ ଏ ୫୦୯୮ ) ବନ ବିଭାଗ ଜବତ କରିଥିଲେ । ଏହି ଘଟଣା ରେ ବଲାଙ୍ଗୀର ଜିଲ୍ଲାର ସଇଁତଳା କମଳ ଲୋଚନ ଦୋରା(୨୮) ଙ୍କୁ କେଶ୍ ନମ୍ବର୍ ଏମ୍ ଆର୍ ୧୨୭/୨୪-୨୫ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ଏ ସି ଏଫ୍ ଅସିତ୍ କୁମାର ଦାସ ଙ୍କ ନିର୍ଦେଶ ରେ ମୋହନ ଗିରି ବନ ପାଳ ଯଶୋବନ୍ତ ପାତ୍ର, ମାଣିକେରା ବନ ରକ୍ଷୀ ଗୋପୀନାଥ ନାଏକ, ଅରସ୍କୁପା ବନ ରକ୍ଷୀ ସୁମତି ରାଉତ୍, ସ୍କ୍ୱାର୍ଡ ନବୀନ ପୁ ଟା, ମେଘନାଦ ପଧାନ, ସୁବାସ ନାଗ ପ୍ରମୁଖ ସାମିଲ ଥିଲେ । ୪୧ ଜବତ ଶାଳ କାଠ ର ମୂଲ୍ୟ ପ୍ରାୟ ୪୦୦୦୦ ହେବ ବୋଲି ବନ ବିଭାଗ ତରଫରୁ କୁହା ଯାଇଛି ।

What's Your Reaction?

like

dislike

love

funny

angry

sad

wow