ତ୍ରିରଙ୍ଗା ଯାତ୍ରା ଏକ ଆନ୍ଦୋଳନ ତଥା ମହୋତ୍ସବରେ ପରିଣତ ହେଇଥିବା ବିଷୟ ଦେଶ ପାଇଁ ଶୁଭ ସଙ୍କେତ*- *ଜିଲ୍ଲାପାଳ*-

ସୁବର୍ଣ୍ଣପୁର :୧୩-୦୮ (ଲୋକ ଆବାଜ. ଇନ/ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଆଜି ଅପରାହ୍ନ ୫ ଘଣ୍ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଦ୍ବାରା ଆୟୋଜିତ ଏବଂ ସ୍ବଚ୍ଛ ଭାରତ ସଙ୍ଗଠନ, ଯଶୋଦା ଦେବୀ ନର୍ସିଂ ସ୍କୁଲ, ସୋନପୁର କଲେଜ୍ ଏନସିସି ଓ ବରିଷ୍ଠ ନାଗରିକ ସଂଘ ସହରର ପ୍ରମୁଖ ସଂଗଠନର ମିଳିତ ସହଯୋଗରେ ସ୍ଥାନୀୟ ପୌର ପରିଷଦ ଅଫିସ୍ ସମ୍ବୁଖରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା l ବିଜୁ ପଟ୍ଟନାୟକ ମହିଳା କଲେଜ, ଗଙ୍ଗାଧର ମେହେର ଛକ ରାସ୍ତା ଦେଇ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଆସିଥିବା ଏହି ହର ଘର ତ୍ରିରଙ୍ଗା ଓ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯକ୍ରମ ଅବସରରେ ଏଇ ବିଶାଳ ତ୍ରିରଙ୍ଗା ଏକତା ଓ ଅଖଣ୍ଡତା ର ଶୋଭାଯାତ୍ରାକୁ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଓ ଏଡିଏମ୍ ରାଜେନ୍ଦ୍ର ମାଝୀ ଶୁଭାରମ୍ଭ କରି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ l ପରେ ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପ ରାଜ ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଉପସ୍ଥିତ ଶତାଧିକ ସ୍ୱେଚ୍ଛାସେବୀ ଦେଶ ପ୍ରେମୀ ମାନଙ୍କ ସହ ପୌର ପରିଷଦ ଅଫିସ୍ ଯାଏ ପହଞ୍ଚିଥିଲେ l ଏଠାରେ ଅନୁଷ୍ଟିତ ଏକ ସଭାରେ ଆଜି ସୁବର୍ଣ୍ଣପୁରରେ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରା ରେ ସବୁ ବର୍ଗ ର ଲୋକେ ସାମିଲ୍ ହୋଇ ଏହା ଏକ ମହୋତ୍ସବ ତଥା ଆନ୍ଦୋଳନ ରେ ପରିଣତ ହୋଇଛି ଯାହାକି ଦେଶ ପାଇଁ ଏହା ଏକ ଶୁଭ ସଙ୍କେତ ବୋଲି ଜିଲ୍ଲାପାଳ ଡଃ ସାହୁ କହିଥିଲେ l ଏବଂ ଆମେ ସମସ୍ତେ ଏକ ହୋଇ ଜିଲ୍ଲା ତଥା ଦେଶ ର ଉନ୍ନତି କରିବାକୁ ପରାମର୍ଶ କରିଥିଲେ l ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ଉପାଧ୍ୟକ୍ଷ ମଲ୍ଲିକା ଦାନୀ, ପୌର ପରିଷଦ ଅଧିକାରୀ ଋଷି ମାଝୀ, ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ପ୍ରକାଶ ସାହୁ, ବରିଷ୍ଟ ନାଗରିକ ସଭାପତି ଡ଼ଃ ଜ୍ୟୋତି ରଞ୍ଜନ ବହିଦାର, ଶିକ୍ଷାବିଦ୍ ପ୍ରଦୀପ ପୁରୋହିତ, ମଦନ ସୁନ୍ଦର କ୍ଷେତି, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପର୍ଶୁରାମ ମିଶ୍ର କାଉନସିଲର ପୀୟୂଷ ପଣ୍ଡା, ଗଙ୍ଗା ତରିଆ ପ୍ରମୁଖ ଯୋଗ ଦେଇ ତ୍ରିରଙ୍ଗା ଶୁଭେଛା ବାର୍ତ୍ତା ପ୍ରଦାନ୍ କରିଥିଲେ l ପୌର ପରିଷଦ ସାନିଟାରୀ ଅଧିକାରୀ ଅଜୟ ସ୍ବାଇଁ ଓ ସ୍ବେଛାସେବୀ ମନୋରଂଜନ ତ୍ରୀପାଠୀ ସଭା ସଂଯୋଜନା କରିଥିବା ବେଳେ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ଙ୍କ ସମେତ ସହର ର ଶତାଧିକ ସ୍ବେଛାସେବୀ, ସଚେତନ ନାଗରିକ, ଦେଶ ପ୍ରେମୀ ଓ କଲେଜ୍ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ସ୍ୱଚ୍ଛ ଭାରତ ସଂଗଠନ ର ଉପଦେଷ୍ଟା ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ଜେନା, ଲଡ଼ୁ କିଶୋର ମଲ୍ଲିକ, ଇନ୍ଦୁମତି ପୁରୋହିତ, ଏନ୍ ସି ସି ଲ୍ୟାଫ୍ଟେନେଣ୍ଟ ଆଶିଷ ଅଗ୍ରୱାଲା ଙ୍କ ସମେତ ପୌର ପରିଷଦ ର ସମସ୍ତ ଜନ ପ୍ରତିନିଧି କର୍ମଚାରୀ ସହଯୋଗ କରିଥିଲେ l
What's Your Reaction?






