ଶିଶକେଲା ସରପଞ୍ଚଙ୍କ ମାତୃ ବିୟୋଗ

Dec 23, 2024 - 18:08
 0  9
ଶିଶକେଲା ସରପଞ୍ଚଙ୍କ ମାତୃ ବିୟୋଗ

ସଇଁତଲା - ଲୋକ ଆବାଜ୍.ଇନ୍ (ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଶିଶକେଲା ସରପଞ୍ଚ ମାଳତୀ ରଣା ଙ୍କ ମା ବୁନ୍ଦାବତୀ ରଣା ଗତ ରବିବାର ସକାଳେ ତାଙ୍କ ଡେଙ୍ଗ ସ୍ଥିତ ବାସଭବନ ଠାରେ ପରଲୋକ ଘଟିଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ହେଉଥିଲା l ସ୍ବର୍ଗତ ମହିଳା ଜଣକ ହେଉଛନ୍ତି ଶିକ୍ଷକ ଚୈତନ୍ୟ ରଣା ଙ୍କ ପତ୍ନୀ ଅଟନ୍ତି l ସେ ଜଣେ ଧର୍ମ ପରାୟଣ ଓ ମେଳାପୀ ମହିଳା ଥିଲେ l ତାଙ୍କର ଅନ୍ତିମ ସଂସ୍କାର ସ୍ଥାନୀୟ ଲାନ୍ଥନଦୀ କୂଳରେ ସମ୍ପନ୍ନ ହୋଇଯାଇଛି l ତାଙ୍କର ବଡ଼ ପୁଅ ବାଳ ଗୋପାଳ ରଣା ମୁଖାଗ୍ନି ଦେଇଥିଲେ l ତାଙ୍କ ବିୟୋଗରେ ଡେଙ୍ଗ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମୃତ୍ୟୁ ସମୟରେ ସାନ ପୁଅ ଭକ୍ତବନ୍ଧୁ ରଣା , ପୁତ୍ରବଧୂ, ନାତି ନାତୁଣୀ ଓ ବନ୍ଧୁବାନ୍ଧବମାନେ ଉପସ୍ଥିତ ଥିଲେ

What's Your Reaction?

like

dislike

love

funny

angry

sad

wow