୫୩ ଜଣ କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିୟମିତ ନିଯୁକ୍ତିପତ୍ର ବଣ୍ଟନ

ସଇଁତଲା :ଲୋକ ଆବାଜ. ଇନ (ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ )
ବଲାଙ୍ଗିର ଜିଲ୍ଲା ସଇଁତଲା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ ନିଯୁକ୍ତିପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗତ ୨୦୧୮ ବ୍ୟାଚ୍ରେ କାର୍ଯ୍ୟରତ ଥିବା ୫୩ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗତ ଏପ୍ରିଲ ୨୦୨୪ କାର୍ଯ୍ୟରେ ଯୋଗଦାନର ୬ ବର୍ଷ ବିତିଯିବା ପରେ ସେମାନେ ନିୟମିତ ହୋଇଛନ୍ତି l ଏହି ପରିପେକ୍ଷୀରେ ମୁଖ୍ୟଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ରୁଷିଆ ମେହେର ଯୋଗଦାନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ନରେନ୍ଦ୍ର ସାହୁ ଓ ରିତାରାଣୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ୫୩ ଜଣ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି ସମୟରେ ସିନିୟର କାରିଣୀ ଅଶୋକ ସାମନ୍ତରାୟ , ଏମଆଇଏସ ଦିଲୀପ ବେହେରା , କର୍ମଚାରୀ କୀର୍ତ୍ତି ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ l
What's Your Reaction?






