ଶିଶୁ ମନ୍ଦିର କର୍ଲାକୋଟର ଦ୍ଵାଦଶତମ ବାର୍ଷିକ ଉତ୍ସବ

ନୂଆପଡା: ( ରାମନାଥ ପଣ୍ଡା ଙ୍କ ରିପୋର୍ଟ ଲୋକବାଜ.ଇନ)
ଭାରତୀୟ ସଂସ୍କୃତି ଆଧାରରେ ଶିକ୍ଷା ବିକାଶ ସମିତିର ଅନୁମୋଦନ କ୍ରମେ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ଚେଷ୍ଟାରେ ଅନୁନ୍ନତ ଅଞ୍ଚଳ ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ଗ୍ରାମରେ ତା ୯-୦୪-୨୦୧୩ ରେ ଗଢି ଉଠିଥିବା ଶିଶୁ ମନ୍ଦିର ତା'ର ଦ୍ୱାଦଶତମ ବାର୍ଷିକ ଉତ୍ସବ ପାଳନ କରିଅଛି ।ଏହି ଅବସରରେ ପରିଚାଳନା ସମିତି ସଭାପତି ଭରତ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଂଚ ମଙ୍ଗଳ ସିଂ ଦଳ ମୁଖ୍ୟ ଅତିଥି ରୂପେ ଏବଂ ବି ପି ସି ପ୍ରାଧ୍ୟାପକ ଗୟାଧର ମହାନ୍ତି ମୁଖ୍ୟ ବକ୍ତା ଭାବରେ ,ସମ୍ମାନିତ ଅତିଥି ରୂପେ ସମଲେଶ୍ଵରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ବାରିକା ପାଣିଗ୍ରାହୀ,ପ୍ରଧାନ ଆଚାର୍ଯ୍ୟ ଦୂର୍ବା ରଞ୍ଜନ ହଂସ,କର୍ଲା କୋଟ ଶିଶୁ ମନ୍ଦିର ପ୍ରତିଷ୍ଠାତା ତୁଳସୀ ରାମ ସୁନାନି, ତ୍ରିମନ ମାଝୀ,ସତ୍ୟ ନାରାୟଣ ବେହେରା,ସମ୍ପାଦକ ଅନିଲ କୁମାର ଦୁବେ,ଉପ ସଭାପତି ଲଛମନ ମାଝୀ ପ୍ରମୁଖ ମଞ୍ଚରେ ଅଳଙ୍କୃତ ଥିଲେ।ପ୍ରଧାନ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପଠନ କରିଥିଲେ।ଶିଶୁ ମାନଙ୍କ ମଧ୍ୟରେ ଲୁକ୍କାୟିତ ହୋଇ ରହିଥିବା ପ୍ରତିଟି କଳାକୁ ପ୍ରଦର୍ଶନ କରି ଲୋକ ଲୋଚନକୁ ଆସିବାର ମୁଖ୍ୟ ମାଧ୍ୟମ ହେଉଛି ବାର୍ଷିକ ଉତ୍ସବ ବୋଲି ଅତିଥିଗଣ ମତବ୍ୟକ୍ତ କରି ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଚାର୍ଯ୍ୟା କସ୍ତୁରୀ ମାଝୀ,ମିନା ବେହେରା,, ସ୍ନେହା ସୁନାନି,କୈକେୟୀ ବେହେରା,ମାଧୁରୀ ଦୁରିଆ, ସେବୀକା ପଦ୍ମାଳୟା ବେହେରା,ପରିଚାଳନା କମିଟି ସଦସ୍ୟ ସଦସ୍ୟା,ଅଭିଭାବକ ଅଭିଭାବିକା,ଶିକ୍ଷା ପ୍ରେମୀ,କର୍ଲାକୋଟ ଅଞ୍ଚଳବାସି ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଶୁଭ୍ରାଂଶୁ ଅଗସ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପ୍ରତିଷ୍ଠାର ଅଂଶ ବିଶେଷ ତଥା ପୂର୍ବତନ ସମ୍ପାଦକ ତ୍ରିମନ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
What's Your Reaction?






