ମହାବିଦ୍ୟାଳୟରେ ସଂସ୍କୃତ ଦିବସ ଓ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମାରୋହ
WELCOME CEREMONY AND SANSKRIT DAY

ମହାବିଦ୍ୟାଳୟରେ ସଂସ୍କୃତ ଦିବସ ଓ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମାରୋହ
ବୌଦ୍ଧ,ଲୋକ୍ ଆବାଜ୍. ଇନ୍(ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ ସଂସ୍କୃତ ବିଭାଗ ତରଫରୁ ବିଶ୍ଵ ସଂସ୍କୃତ ଦିବସ ଏବଂ ନବାଗତ ଛାତ୍ରଛାତ୍ରୀ ମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭବାନୀ ଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଖଲିଆପାଲି ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଅଧ୍ୟାପକ ଲୋକେଶ ଦିଶ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଂସ୍କୃତ ଏକ ପ୍ରାଚୀନ ଭାଷା ଏବଂ ଏହି ସଂସ୍କୃତ ଭାଷାରେ ମହା ଜ୍ଞାନ ଛପି ରହିଛି ବୋଲି ମତବ୍ୟକ୍ତ କରିଥିଲେ l ତାର ଗବେଷଣାରେ ଛାତ୍ରଛାତ୍ରୀ ମାନେ ନିଜକୁ ନିୟୋଜିତ କରିବା ଉଚିତ ବୋଲି ମନ୍ତବ୍ୟ ଦେଇଥିଲେ l କଣ୍ଟାମାଳ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସମୀର ମେହେର, ସଂସ୍କୃତ ବିଭାଗୀୟ ମୁଖ୍ୟ ଅଧ୍ୟାପକ ପୌଲସ୍ତି ପ୍ରଧାନ ଏବଂ ସଂସ୍କୃତ ଅଧ୍ୟାପିକା ଶ୍ୱେତତ୍ପଲା ମହାକୁଡ୍ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ରହି ସଂସ୍କୃତ ବିଷୟରେ ମନ୍ତବ୍ୟ ପ୍ରଦାନ କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କର ହିତ ଉପରେ ସଂସ୍କୃତରେ ଜ୍ଞାନ ଓ ଭବିଷ୍ୟତ ପାଇଁ ମାର୍ଗ ଦର୍ଶନ କରିଥିଲେ l ସଂସ୍କୃତ ବିଭାଗର +୩ ତୃତୀୟ ବର୍ଷର ଛାତ୍ର ଦର୍ଶନମ୍ ସାହୁ କାଯ୍ୟର୍କ୍ରମ ସଂଯୋଜନା କରିଥିଲେ l ସମାରୋହରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ର ଅଜିତ୍ କୁମାର ବଗର୍ତ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହାପରେ ଶାନ୍ତି ପାଠ ସହ କାର୍ଯ୍ୟକ୍ରମ ସମାଗତ ହୋଇଥିଲା l
What's Your Reaction?






