ସତ୍ୟ ସନାତନ ଧର୍ମ ସମ୍ମିଳନୀ ଧର୍ମ ଜାଗରଣ

Jan 13, 2026 - 21:36
 0  31
ସତ୍ୟ ସନାତନ ଧର୍ମ ସମ୍ମିଳନୀ ଧର୍ମ ଜାଗରଣ

ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଲିଟିସର୍ଗି ପଞ୍ଚାୟତରେ ଅଁଳାଭଟା ମଠ ଆଶ୍ରମରେ ମଠ ଅଧ୍ୟକ୍ଷ ସାଧୁ ନରେଶ ଦାସ ବାବାଙ୍କ ତତ୍ତ୍ଵାବଧାନରେ ସତ୍ୟ ସନାତନ ଧର୍ମ ସମ୍ମିଳନୀ ଧର୍ମ ଜାଗରଣର ପଞ୍ଚମ ବାର୍ଷିକ ଉତ୍ସବରେ ସ୍ୱାମୀ କ୍ରାନ୍ତି ସ୍ୱରୁପାନନ୍ଦ ଗିରି ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ଥିବାବେଳେ ସମ୍ମାନିତ ଅତିଥି ରୂପେ ସ୍ବାମୀ ହରି ନାରାୟଣ ଗିରି ଅମୃତସର,ସ୍ବାମୀ ସତ୍ୟ ସ୍ୱରୂପ ସରସ୍ଵତୀ,ଦୟାନନ୍ଦ ବାବା,ବ୍ରହ୍ମ ଅବଧୂତ ସନ୍ତୋଷ ବାବା, ସାଧୁ ଯୋଗାନନ୍ଦ ଦାସ ,ସାଧୁ ରବୀନ୍ଦ୍ର ଦାସ, ବିଶିଷ୍ଟ ଅତିଥି ରୂପେ ବି ଜେ ପି ଦଳର ସୁପରିଚିତ ନେତା ଲମ୍ବୋଦର ନିଆଲ ଓ ଭିଗ୍ନେଶ୍ୱର୍ ନିଆଲ ଯୋଗଦାନ କରିଥିଲେ ।ସମସ୍ତ ସାଧୁ ନିଜ ନିଜ ବକ୍ତବ୍ୟରେ ଭାରତ ବର୍ଷର ଅତୀତକୁ ଉପ ସ୍ଥାପନ କରିବା ସହିତ ବିଶ୍ଵ ଗୁରୁ ଲଭିଥିବା ଭାରତ ବର୍ଷ ଆଜି କାହିଁକି ସଙ୍କଟାପନ୍ନ ତାକୁ ବ୍ୟାଖ୍ୟା କରି ବିଭିନ୍ନ ଉଦାହରଣ ମାଧ୍ୟମରେ ହିନ୍ଦୁତ୍ବ ଜାଗ୍ରତ କରିବା ପାଇଁ ପ୍ରୟାସ କରିଥିଲେ ।ପୁରାଣ, ବେଦ, ଗ୍ରନ୍ଥର ଅନେକ ବିଷୟବସ୍ତୁ ପ୍ରାଞ୍ଜଳ ଭାବରେ ବୁଝାଇ ଆମ ସଂସ୍କୃତିକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଛନ୍ତି ।ଗୋ ମାତା ଆମ ପାଇଁ କେତେ ମହାନ୍ ତା'ରି ଉପରେ ବିସ୍ତୃତ ଆଲୋଚନା କରି ଗୋ ମାତା ର ସୁରକ୍ଷା ଦିଗରେ ଆମ ହିନ୍ଦୁ ସମାଜ ଆଗେଇବାକୁ ଆହ୍ୱାନ କରିଛନ୍ତି ।ଗୋ ମାତାର ସେବା ସୁରକ୍ଷା ଓ ସମ୍ମାନ ପାଇଁ ଆଗାମୀ ଦିନରେ ସରକାରଙ୍କ ନିକଟରେ ପ୍ରାର୍ଥନା ପତ୍ର ପ୍ରଦାନ କରିବାକୁ ସମସ୍ତ ହିନ୍ଦୁ ଭାଇ ଭଉଣୀ ଅନୁରୋଧ କରିଥିଲେ ।ମଠ ପାଇଁ ଜମି ଦାନ କରିଥିବା ଦୁଇଜଣ ମହାନ୍ ବ୍ୟକ୍ତି ତୁଳସୀ ରାମ ନାଏକ ଓ ଧନେଶ୍ଵର ନନ୍ଦଙ୍କୁ ଆଜିର ମୁଖ୍ୟ ଅତିଥି ଏବଂ ସମସ୍ତ ସାଧୁ ସନ୍ଥ ଆନ୍ତରିକତାର ସହିତ ପୁଷ୍ପ ମାଲ୍ୟ ଓ ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ ।କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ଵୟଂ ସହାୟକ କାର୍ଯ୍ୟ କର୍ତ୍ତା କାଳିଆ କୃଷ୍ଣ ବାଗ,ବିଶ୍ଵ ହିନ୍ଦୁ ପରିଷଦ କାର୍ଯ୍ୟ କର୍ତ୍ତା ମୋହନ ଚରଣ ଦାସ,ଗାୟତ୍ରୀ ପରିବାରରୁ ବହୁ ସଂଖ୍ୟାରେ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ ।ମଠର ସମସ୍ତ ପରିଚାଳନା କମିଟି ସଦସ୍ୟ ସଦସ୍ୟା, ଜୟଧର ଭକ୍ତ,ଭୋକର୍ଦ୍ଧନ ଭକ୍ତ,ସୋମନାଥ ଭକ୍ତ ,ସମାଜ ସେବୀ ବିଜୟ କୁମାର ନନ୍ଦ,ଭଗବାନ ହଂସ, ହରତ ମହାନନ୍ଦ,ଗଣେଶ କାଣ୍ଡ,ବୈଷ୍ଣବ ମହାନନ୍ଦ,ତପି କାଣ୍ଡ,ଟିକେ ମହାନନ୍ଦ, ପଦୁ ଚରଣ ଚିନ୍ଦା, ରାମ ଚନ୍ଦ୍ର କାଣ୍ଡ,ହରି ପ୍ରସାଦ କାଣ୍ଡ,ଜୟ କିଶନ ଭୋଇ,ପାର୍ଥ ଚନ୍ଦ୍ର ଭୋଇ,ଇନ୍ଦ୍ର ଜିତ୍ ମହାନନ୍ଦ,ଅନ୍ତ ରାମ ମହାନନ୍ଦ, ବିଭିନ୍ନ ଧର୍ମାନୁଷ୍ଠାନର ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow