ବୃତ୍ତି ପରୀକ୍ଷା ରେ ଛାତ୍ରୀ ଙ୍କ କୃତିତ୍ୱ

Mar 8, 2025 - 07:10
 0  5
ବୃତ୍ତି ପରୀକ୍ଷା ରେ ଛାତ୍ରୀ ଙ୍କ କୃତିତ୍ୱ

କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)

               ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା କ୍ଲଷ୍ଟର ବାଲିଯୋରୀ ୟୁଜିଏମଇ ସ୍କୁଲ ର ଛାତ୍ରୀ ଶୁଚିସ୍ମିତା ବଘାର ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ କୃତିତ୍ୱ ହାସଲ କରି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି |ସୂଚନା ଅନୁସାରେ ବରପଦର ଗ୍ରାମର ଗୌରୀ ଶଙ୍କର ବଘାର ଓ ସନ୍ତୋଷିନୀ ବଘାର ଙ୍କ ଝିଅ ଶୁଚିସ୍ମିତା ବାଲିଯୋରୀ ସରକାରୀ ୟୁଜିଏମଇ ବିଦ୍ୟାଳୟ ଛାତ୍ରୀ ଅଟନ୍ତି |ସେ ବିଦ୍ୟାଳୟ ର ଜଣେ ଶୃଙ୍ଖଳିତ ଛାତ୍ରୀ ସହିତ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ବ୍ଲକ ସ୍ତରୀୟ ବୃତ୍ତି ପରୀକ୍ଷା ରେ କୃତିତ୍ୱ ଲାଭ କରି ବିଦ୍ୟାଳୟ ର ଗୌରବ ବୃଦ୍ଧି କରିଥିବାରୁ ବିଦ୍ୟାଳୟ ର ବରିଷ୍ଠ ପ୍ରଧାନ ଶିକ୍ଷକ ଉଦ୍ଧବ ମହାଲିକ, ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି |

What's Your Reaction?

like

dislike

love

funny

angry

sad

wow