ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମସିଣାଗୋରା ୮ମ ବାର୍ଷିକ କ୍ରୀଡା ଉତ୍ସବ

କଣ୍ଟାମାଳ: ଲୋକ୍ ଆବଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)
କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୮ମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ବଂଶୀଧର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଶିଶୁ ବାଟିକା ବିଭାଗର ଭାଇ ଭଉଣୀମାନେ ରଙ୍ଗ ଦୌଡ, କଦଳୀ ଦୌଡ, ବେଲୁନ ଫଟା, ଧନ ସଂଗ୍ରହ ଖେଳରେ ଭାଗ ନେଇଥିବା ବେଳେ ଶିଶୁ ମନ୍ଦିର ବିଭାଗର ଭାଇ ଭଉଣୀମାନେ ଅଙ୍କ ଦୌଡ, ୧୦୦, ୨୦୦, ୪୦୦ ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ ଖେଳରେ ଭାଗନେଇଥିଲେ l ଶାରୀରିକ ପ୍ରମୁଖ ନେପାଲ ପ୍ରଧାନ ଓ ସହ ପ୍ରମୁଖ ଶ୍ରୀକାନ୍ତ କୁଦେଇ ଖେଳ ପରିଚାଳନା କରିଥିଲେ । ପରିଚାଳନା ସମିତି ସଭାପତି ସୋମନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଶ୍ରୀ ମାଝୀ ମୁଖ୍ୟ ଅତିଥି, ପୂର୍ବତନ କୋଷାଧ୍ୟକ୍ଷ ମନ୍ଦରଧର ବେହେରା ମୁଖ୍ୟବକ୍ତା, ଉପସଭାପତି ହରିଶ୍ଚନ୍ଦ୍ର ମେଣ୍ଡିଲି, ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ୱର ବେହେରା, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରା, ବିଦ୍ୟୁତ ପରିଷଦ ସଭାପତି ଦୁର୍ଗାଚରଣ ଚାଉଳିଆ, ବିଦ୍ୟୁତ ପରିଷଦ ସମ୍ପାଦକ ଛବିଚନ୍ଦ୍ର ଗୁରୁ, ଅଭିଭାବକ ପ୍ରୀତିବାସ ଝାଙ୍କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡା ଶିଶୁର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ । ପରେ କୃତି ଭାଇଭଉଣୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ବୌଦ୍ଧିକ ପ୍ରମୁଖ ସନ୍ଧ୍ୟାରାଣୀ ମନହିରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସମ୍ପାଦକ ଭକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ରୋସନ୍ ସାହୁ, ବେଦମତୀ କୁଦେଇ, ଝରଣା ପ୍ରଧାନ, ସ୍ୱାଗତିକା ନାଗ, ମମିତା ରଣା, ସୁରୁସୂତା ଭୋଇ, ରାଜକୁମାର ରଣା ସହଯୋଗ କରିଥିଲେ l ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।
What's Your Reaction?






