ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚତୁର୍ଥ ବାର୍ଷିକ ଉତ୍ସବ......

Dec 16, 2024 - 18:27
 0  115
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚତୁର୍ଥ ବାର୍ଷିକ ଉତ୍ସବ......

କର୍ଲାମୁଣ୍ଡା: ଲୋକ ଆବାଜ୍. ଇନ୍ (ବ୍ୟୁରୋ ରିପୋର୍ଟ୍)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଜୋରାଡବରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଚତୁର୍ଥ ବାର୍ଷିକ ଉତ୍ସବ ରବିବାର ପାଳନ ହେଇଯାଇଛି।ଏହି ଅବସରରେ ଆୟୋଜିତ ସଭା ରେ ପରିଚାଳନା ସମିତିର ସଭାପତି ଶିବରାମ ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁ, ମୁଖ୍ୟ ବକ୍ତା ଭାବେ ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ ଡମ୍ବରୁ ଧର କର୍ମୀ, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି,ରେଗଡା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶିଶୁ ବିଦ୍ୟାମନ୍ଦିର ଏକ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ମତପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ସମିତି ର ସମ୍ପାଦକ କ୍ଷୀରୋଦ ବଡମାଲି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚର୍ଯ୍ୟ କୈଳାସ ପ୍ରଧାନ ବିବରଣୀ ପ୍ରଦାନ କରିଥିଲେ ଓ ଉପ ସଭାପତି ପ୍ରଭା ରଞ୍ଜନ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ।ସଭା କାର୍ଯ୍ୟ କୁ ଗୁରୁମା ଗିତାଞ୍ଜଳି ସାହୁ ସଂଯୋଜନା କରିଥିଲେ।କୃତି ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଶେଷରେ ସମିତି ର ଭାଇ ଭଉଣୀ ମାନଙ୍କ ଦ୍ଵାରା ପରିବେଷିତ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲା ।ଏଥିରେ ଶିଶୁ ବିଦ୍ୟାମନ୍ଦିର ର ଗୁରୁଜୀ ଗୁରୁମା, ପରିଚାଳନା ସମିତି ର ସଭ୍ୟ ସଭ୍ୟା, ଅଭିଭାବକ ଅଭିଭାବିକା ମାନେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow