*ମାର୍ଚ୍ଚ ୧୯ରୁ ୨୫ ଅନୁଷ୍ଠିତ ହେବ ଜଗନ୍ନାଥ ମହୋତ୍ସବ*- *୩୨ ଟି ବେଶ ରେ ଦର୍ଶନ ଦେବେ ପ୍ରଭୁ ଜଗନ୍ନାଥ*-

Mar 18, 2025 - 21:49
 0  109
*ମାର୍ଚ୍ଚ ୧୯ରୁ ୨୫ ଅନୁଷ୍ଠିତ ହେବ ଜଗନ୍ନାଥ ମହୋତ୍ସବ*- *୩୨ ଟି ବେଶ ରେ ଦର୍ଶନ ଦେବେ ପ୍ରଭୁ ଜଗନ୍ନାଥ*-

ସୋନପୁର,୧୮-୦୩ ଲୋକ ଆବାଜ୍.ଇନ୍ (ମନୋରଂଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ମାର୍ଚ୍ଚ ୧୯ରୁ ୨୫ ପର୍ଯ୍ୟନ୍ତ ୭ ଦିନ ଧରି ପ୍ରଭୁଙ୍କ ଭଜନ କୀର୍ତ୍ତନରେ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର କମ୍ପି ଉଠିବ । ପ୍ରସ୍ତୁତି ଚୂଡାନ୍ତ l ସୋନପୁର ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ବର ଷ୍ଟାଡିୟମରେ ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହେବ ।

 ଏହି ଉତ୍ସବରେ ବିଶେଷ ଆକର୍ଷଣ ସାଜିବେ ଅଯୋଧ୍ୟା କୁମ୍ଭ ମେଳା ରେ ଆକର୍ଷଣ ପାଲଟି ଥିବା ବିଶିଷ୍ଟ ସାଧିକା ସାଧ୍ବୀ ଚଞ୍ଚଲନାଥ । ଉତ୍ସବରେ ଶ୍ରଦ୍ଧାଳୁ ମାନଙ୍କୁ ସାଧୁସେବା କରିବାର ସୁଯୋଗ ମିଳିବ ବୋଲି କମିଟି ତରଫରୁ କୁହାଯାଇଛି । ଏହି ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ଆଜି ହୋଟେଲ ମୁନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍ସବର ସଭାପତି ଗଦାଧର ବାରିକ, ସଂପାଦକ ଶ୍ୟାମାଓଁ ପ୍ରସାଦ ମିଶ୍ର, ବୈକୁଣ୍ଠ ଶତପଥୀ, ଶ୍ରୀବତ୍ସ ମଲ୍ଲିକ, ଶ୍ରଦ୍ଧାଞ୍ଜଳି ମିଶ୍ର, ଆରତି ଖମାରୀ ପ୍ରମୁଖ ଅନେକ ସଦସ୍ୟ ଉପସ୍ଥିତ ଥିଲେ । ସାତ ଦିନ ବ୍ୟାପୀ ପଞ୍ଚ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ, ନାମ, ପ୍ରବଚନ, ଭଜନ କାର୍ଯ୍ୟକ୍ରମ, ଜଗନ୍ନାଥଙ୍କ ୩୨ଟି ବେଶ, ସାଧୁସେବା ଏବଂ ତ୍ରିବେଣୀ ସଙ୍ଗମରେ ସାହିସ୍ନାନ ଆଦି ଅନୁଷ୍ଠିତ ହେବ। ପୁରୀର ପାରମ୍ପରିକ ସେବାୟତ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଅଭଡ଼ା ଓ ମିଷ୍ଟାନ୍ନ ପ୍ରସାଦ ଏଠାରେ ଉପଲବ୍ଧ ହେବ । ତେବେ ଜନସାଧାରଣ ମୀନାବଜାର ଏବଂ ରବୋଟିକ ସୋ'ର ମଧ୍ୟ ମଜା ନେଇ ପାରିବେ ବୋଲି କମିଟି ପକ୍ଷରୁ ସୁଚନା ଯାଇଛି । ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ସଫଳ କରିବାକୁ ବିଭିନ୍ନ କମିଟି ଗଠନ କରାଯାଇଛି ଓ ପ୍ରବଳ ଭକ୍ତ ଙ୍କ ଭିଡ଼ କୁ ଦୃଷ୍ଟି ରେ ରଖି ଲୋକ ଙ୍କ ଓ ସାଧୁ ସନ୍ଥ ଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି l

What's Your Reaction?

like

dislike

love

funny

angry

sad

wow