ସାରଙ୍ଗଡ଼ ଠାରେ ଗଜ ଲକ୍ଷ୍ମୀ ପୂଜା ପାଇଁ କଳସଯାତ୍ରା ଅନୁଷ୍ଠିତ

କନ୍ଧମାଳ,: ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବାଲିଗୁଡା ଖେମୁଣ୍ଡି ଅଞ୍ଚଳ ର ଗଡ଼ ଭାବେ ସୁ ପରିଚିତ ସlରଙ୍ଗଡ଼ରେ ମାଆ ଗଜ ଲକ୍ଷ୍ମୀ ଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଁଚିଛି l ଏଥି ନିମନ୍ତେ କଳଶ ଯାତ୍ରା ମହା ଆଡମ୍ବର ରେ ଅନୁଷ୍ଠିତ ହୋଉ ଯାଇଛି l
ଗାଁ ର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ସ୍ଥାନୀୟ ନଦୀ ଘାଟ ରେ ମାଆ ଗଜଲକ୍ଷ୍ମୀ ଙ୍କୁ ଆବାହନ କରି ପୂଜାର୍ଚ୍ଚନା ସାରି ପୂର୍ଣ୍ଣ କଳସ ରେ ଜଳ ଧରି ସଂକୀର୍ତ୍ତନ ମଣ୍ଡଳୀ ଭକ୍ତ ଶ୍ରଦ୍ଧାଳୁ ଙ୍କ ଗହଣ ରେ ନଗର ପରିକ୍ରମା କରି ପହଞ୍ଚିଥିଲେ ମାଆ ଙ୍କ ଅସ୍ଥାୟୀ ପୀଠ ରେ l ଗାଁ ର ବରିଷ୍ଠ ପୁରୋହିତ ଦୀନବନ୍ଧୁ ହୋତା, କାହ୍ନୁ ଶତପଥୀ,ଗୋବିନ୍ଦ ପଣ୍ଡା, ଙ୍କ ଉପସ୍ଥିତି ରେ ବୈଦିକ ରୀତିନୀତି ଅନୁସାରେ ମାଆ ଗଜ ଲକ୍ଷ୍ମୀ ଙ୍କ ମଣ୍ଡପ ରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ରେ ବନମାଳୀ ସାହୁ, ନମୁନା ସାହୁ, କାର୍ତ୍ତିକ ସାହୁ, ବାପୁନୀ ପଣ୍ଡା, ଅଶୋକ ଚୌଧୁରୀ, ଚନ୍ଦନ ତ୍ରିପାଠୀ, ସୁଶାନ୍ତ ବେହେରା, ଝାଣ୍ଟୁ ସାହୁ , କାନୁ ସାହୁ ସହଯୋଗ କରୁଥିବା ଜଣାପଡିଛି l
What's Your Reaction?






