ଟାଟା ପାୟାର ର ମାନମନି l ଅଭିଯୋଗ କଲେ ବି ଶୁଣୁ ନାହାନ୍ତି l ବିପଦ ସଙ୍କୁଳ ଅବସ୍ଥାରେ ଘର l

Sep 9, 2024 - 20:24
 0  45

ବାଲିଗୁଡ଼ା ,: ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଦିନକୁ ଦିନ ଟାଟା ପୟାର ର ମନମାନୀ ଦେଖିବାକୁ ମିଳିଛି l ଘର ଉପରେ ୩୩ କେଭି ବିଦ୍ୟୁତ୍ ତାର ଯାଇଛି l କେତେବେଳେ ଯେ ଅଘଟଣ ଘଟିବ କହି ହେବନାହିଁ l ବାଲିଗୁଡ଼ା ନିବାସୀ ସ୍ଵର୍ଗତ ପାଣୁଆ ମଲିକ ଙ୍କ ପଟ୍ଟା ଜମି ଉପରେ ୩୩କେଭି ବିଦ୍ୟୁତ୍ ତାର ଯାଇ ଥିବାରୁ ପରିବାର ଲୋକେ ଭୟ ଓ ଆତଙ୍କ ରେ ରହିଛନ୍ତି l ବିଭାଗୀୟ ଅଧିକାରୀ ଙ୍କୁ ବହୁବାର ଅଭିଯୋଗ କରିଛନ୍ତି ସ୍ବର୍ଗତ ମଲିକ ଙ୍କ ନାତି ଅଭିଜିତ ପ୍ରଧାନ ତେବେ ଟାଟା ପାୟର ତୁରନ୍ତ ପଟ୍ଟା ଜମିରୁ ଉପରୁ ବିଦ୍ୟୁତ୍ ଖୁଣ୍ଟ ନ ହଟାଇଲେ ଟାଟା ପାୟାର୍ ବିରୋଧ ରେ ଆଇନ ର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ପରିବାର ଲୋକେ l ଜନତା ଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ପଟ୍ଟା ଜମି ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ ହଟାଇବା ଆବଶ୍ୟକତା ରହିଛି l

What's Your Reaction?

like

dislike

love

funny

angry

sad

wow