ସିଂହପୁର ଗ୍ରାମ ପଞ୍ଚାୟତ ରେ ନେଟୱର୍କ ସମସ୍ୟା
ସିଂହପୁର ଗ୍ରାମ ପଂଚାୟତରେ ନେଟୱାର୍କ ସମସ୍ୟା:ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସରପଂଚ ଉଛବ ପଧାନ
କଳାହାଣ୍ଡି: ଲୋକ ଆବାଜ୍.ଇନ୍(ବ୍ୟୁରୋ):
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଂହପୁର ଗ୍ରାମ ପଂଚାୟତରେ ନେଟୱାର୍କର ସମସ୍ୟା ସବୁବେଳେ ଲାଗିରହୁଛି । ଫଳରେ ଏହି ଅଂଚଳବାସୀ ବିଭିନ୍ନ ଅନଲାଇନ କାର୍ଯ୍ୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସବୁବେଳେ ଅନଲାଇନ୍ କାମ ରହୁଥିବାବେଳେ ଏଠାରେ ଦେଖାଯାଉଥିବା ନେଟୱାର୍କ ସମସ୍ୟା ପାଇଁ କାମସବୁ ଠିକ୍ ଭାବରେ ହେଇପାରୁନାହିଁ ।କେବଳ ସେତିକି ନୁହେଁ ସଂପ୍ରତି ପ୍ରତି ସରକାରୀ,ବେସରକାରୀ କାର୍ଯ୍ୟ ପାଇଁ ଅନଲାଇନ୍ ଆବେଦନ ଗୁଡ଼ିକ ଆବଶ୍ୟକ ରହୁଛି,କିନ୍ତୁ ସିଂହପୁର ଗ୍ରାମ ପଂଚାୟତରେ ବର୍ତ୍ତମାନ ଏହି ସେବା ଠିକ୍ ଭାବରେ ମିଳିପାରୁନାହିଁ । ସମତଳ ଅଂଚଳ ହେଇଥିଲେ ସୁଦ୍ଧା ଏହି ପଂଚାୟତବାସୀ ନେଟୱାର୍କ ପାଇଁ ବିଭିନ୍ନ ସମୟରେ ବାହାରକୁ ଯାଇ କାମ କରୁଛନ୍ତି,ଏପରିକି କଥା ହେବାପାଇଁ ମଧ୍ୟ ବାହାରକୁ ଯାଇ କଥା ହେବାକୁ ପଡ଼ୁଛ ବୋଲି ସରପଂଚ ଉଚ୍ଛବ ପଧାନ ସୂଚନା ଦେବା ସହିତ ସେ ଏ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ପାଇଁ ଅଂଚଳବାସୀ ଦାବୀ କରିଛନ୍ତି ।
What's Your Reaction?