ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବରେ ଦୋକାନ ବଜାର ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ

Aug 21, 2024 - 19:35
 0  16
ସୁବର୍ଣ୍ଣପୁର ଓ ବୌଦ୍ଧ  ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବରେ  ଦୋକାନ ବଜାର  ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ  ବନ୍ଦ

ସୁବର୍ଣ୍ଣପୁର: ଲୋକ ଆବାଜ୍.ଇନ(ମନୋରଞ୍ଜନ ତ୍ରିପାଠୀ) :

 ସୁପ୍ରିମକୋର୍ଟ ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଙ୍କ ସଂରକ୍ଷଣ ଉପରେ ବର୍ଗିକରଣ ଓ କ୍ରିମିଲେୟର କୁନେଇ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ସଂଘ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପକ୍ଷରୁ ଏହାର ପ୍ରତିବାଦ ସ୍ବରୂପ ଭାରତ ବନ୍ଦ ଡାକରା ସମ୍ପୂର୍ଣ ସଫଳ ହୋଇଛି l ଏହି ବନ୍ଦର ପ୍ରଭାବରେ ଉଭୟ ଜିଲ୍ଲା ସଦରମହକୁମା ସମେତ ସମସ୍ତ ବ୍ଲକ ର ବିଭିନ୍ନ ଛକ ଗୁଡିକରେ ରାସ୍ତା ରୋକ୍ ଦେଖିବାକୁ ମିଳିଛି। ଏହି ବନ୍ଦରେ ଜରୁରୀ କାଳୀନ ସେବା ବ୍ୟତୀତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍, କୋର୍ଟ ସମେତ ସମସ୍ତ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଥିଲା l ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି l

 ତେବେ ସୁପ୍ରିମକୋର୍ଟ ଏସ୍.ସି, ଏସ୍.ଟି ଙ୍କ ସଂରକ୍ଷଣ ଉପରେ ଆଣିଥିବା ରାୟର ପରିବର୍ତ୍ତନ କରାନଗଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ଉଭୟ ଜିଲ୍ଲା ର ନେତ୍ରୁ ବର୍ଗ ଙ୍କ ଠାରୁ ସୂଚନା ମିଳିଛି l ବୌଦ୍ଧ ଜିଲ୍ଲା ରେ କେତେକ ଅଞ୍ଚଳରେ ଦୋକାନ ବଜାର ଅଫିସ୍ ଖୋଲା ଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ରାସ୍ତା ରୋକ୍ ବେଳେ ଆନ୍ଦୋଳନ କାରୀ ମାନେ ବାଇକ୍ ଗୁଡ଼ିକ ଅଟକ ରଖିଥିବାରୁ ଅନେକ ଜାଗାରେ ଉତ୍ତେଜନା ହେବାରୁ ଲୋକେ ପୋଲିସ୍ ପ୍ରଶାସନ ର ସହଯୋଗ ଲୋଡ଼ି ଛନ୍ତି ଏବଂ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି l

What's Your Reaction?

like

dislike

love

funny

angry

sad

wow