ପଲଶାଗୋରା କଲେଜ ରେ ବାଳିକା ଖୋ ଖୋ ପ୍ରତିଯୋଗିତା

Dec 2, 2024 - 22:01
 0  6
ପଲଶାଗୋରା କଲେଜ ରେ ବାଳିକା ଖୋ ଖୋ ପ୍ରତିଯୋଗିତା

 କଣ୍ଟାମାଳ : ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜୋନ -ବି ସ୍ତରୀୟ ବାଳିକା ଖୋ ଖୋ ପ୍ରତିଯୋଗିତା ରବିବାର ଉଦଘାଟିତ ହୋଇଯାଇଛି |ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସୁରେଶ କୁମାର ପଣ୍ଡା ଏହାକୁ ଉଦଘାଟନ କରିଥିଲେ |ପରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ଆସିଥିବା ପ୍ରତିଯୋଗୀ ମାନେ ଖେଳିଥିଲେ |ଖେଳ ଗୁଡିକୁ କ୍ରୀଡା ଶିକ୍ଷକ ଅରୁଣ ଖଟୁଆ,ଅଞ୍ଜନ ବେହେରା,ଶମ୍ବୁ ନାଗ, କୈଳାଶ ଚନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ ସ୍ଥାନୀୟ କଲେଜ କ୍ରୀଡା ଶିକ୍ଷକ ନାରାୟଣ ପ୍ରଧାନ ପ୍ରତ୍ୟକ୍ଷ ତତ୍ୱାବଧାନରେ କଲେଜ ଅଧ୍ୟାପକ ବିଶେଶ୍ୱର ପାଣିଗ୍ରାହୀ ଓ ଅନ୍ୟମାନେ ସହଯୋଗ କରିଥିଲେ |

What's Your Reaction?

like

dislike

love

funny

angry

sad

wow