ସୁବର୍ଣ୍ଣପୁର ଠାରେ ରାଜସ୍ଵ ଅମଲା ସଂଘ ର ବିଶାଳ ସମାବେଶ

ଧମକ ଦ୍ବାରା ନୁହେଁ ଆଲୋଚନା ମାଧ୍ୟମରେ ସମାଧାନ ହେଉ- ରାଜ୍ୟ ସଭାପତି
ସୁବର୍ଣ୍ଣପୁର:ଲୋକ ଅବାଜ୍. ଇନ୍(ମନୋରଞ୍ଜନ ତ୍ରିପାଠୀ)
ଆଜି ରାଜସ୍ୱ ଅମଲା ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଏନ୍ ଜି ଓ ସି ସି ହଲ୍ ଠାରେ ଆନ୍ଦୋଳନ ର ଆଗମୀ କାର୍ଯ୍ଯ ପନ୍ଥା ଓ ରୂପ ରେଖ ଉପରେ ଅମଲା ସଂଘ ର ଏକ ଜିଲ୍ଲା ସମାବେଶ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ ସଭାପତି ଶ୍ରୀଯୁକ୍ତ ତ୍ରିପତି ବାଲାଜୀ ସାହୁ ଓ ରାଜ୍ୟ ଏକ୍ସନ କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ନାଏକ ଯୋଗ ଦେଇ ଆମ କାର୍ଯ୍ଯ ବନ୍ଦ ଆନ୍ଦୋଳନ ରେ ସାଧାରଣ ଜନତା ଯେଉଁ ହଇରାଣ ହରକତ ହେଉଛନ୍ତି , ସେଥିପାଇଁ ଆମେ ଦୁଃଖିତ କହି ଏଥିପାଇଁ ସରକାର ହିଁ ଦାୟୀ ବୋଲି କହିଥିଲେ l ସରକାର ଙ୍କ ଯୋଜନା ସବୁ କୁ ଯେଉଁ ଅମଲା ତୃଣ ମୂଳ ଯାଏ ପହଞ୍ଚାଇବାରେ ସର୍ବଦା ପ୍ରମୁଖ ଭୂମିକା ନେଇଛି, ସରକାର ଚାହିଁଲେ ତୁରନ୍ତ ସମାଧାନ କରି ପାରିବ ବୋଲି କହି ଥିଲେ l କିନ୍ତୁ ଧମକ ପୂର୍ଣ୍ଣ ଭାବେ ନୁହେଁ ଆଲୋଚନା ମାଧ୍ୟମରେ ସମାଧାନ ହେଉ ବୋଲି ରାଜ୍ୟ କର୍ମ କର୍ତ୍ତା ପ୍ରକାଶ କରିଛନ୍ତି l ଓ ସରକାର ଚାହିଁଲେ ଆମେ ମଧ୍ୟ ଦିନେ ଦୁଇ ଦିନ ଭିତରେ ଯୁଦ୍ଧ କାଳୀନ ଭିତ୍ତିରେ ଏହାର ସମାଧାନ ପାଈଁ ଚେଷ୍ଟିତ ଅଛୁ ବୋଲି ଶ୍ରୀ ସାହୁ ଓ ଶ୍ରୀ ନାଏକ୍ ଆଜି ସାମ୍ୱାଦିକ ସମ୍ମିଳନୀରେ ରେ କହିଛନ୍ତି l ଆଜିର ର ଏ ସମାବେଶ ରେ ରାଜସ୍ବ ଅମଲା ସଂଘ ର ରାଜ୍ୟ ମୁଖ୍ୟ ପରାମର୍ଶଦାତା ସୁଧାକର ମହାପାତ୍ର, ରାଜ୍ୟ ଉପସଭାପତି ସୁରେନ୍ଦ୍ର ବାବୁ, ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ସୁବର୍ଣ୍ଣପୁର ରାଜସ୍ବ ଅମଲା ସଂଘ ଅଧ୍ୟକ୍ଷ ନିଳାମ୍ବର ଶତପଥୀ,ବଲାଙ୍ଗିର ସମ୍ପାଦକ ରତିକାନ୍ତ ପୁରୋହିତ, ନବରଙ୍ଗପୂର୍ ସଭାପତି କୈଳାଶ ଚନ୍ଦ୍ର ଦାଶ, କୋରାପୁଟ ଅମଲା ସଂଘର ସଂପାଦକ ମୋନୋଜ ବାରିକ, ପ୍ରମୁଖ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ସୁବର୍ଣ୍ଣପୁରର ଜିଲ୍ଲା ର ଏହି ବିଶାଳ ସମାବେଶରେ ଧାରଣା ସ୍ଥଳ ପହଞ୍ଚି ନିଜ ନିଜ ର ମତ ରଖି ସମସ୍ତେ ଏକାଠି ହୋଇ ଲଢ଼ିବାକୁ ଆହ୍ବାନ କରି ଥିଲେ lସୁବର୍ଣ୍ଣପୁର ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ଦାନୀ, ସମ୍ପାଦକ ବନମାଳୀ ମେହେର, କାର୍ଯ୍ୟକାରୀ ସଭାପତି ସିତେଶ ପୂଜାହରୀ, ଜିତେନ ଦୀପ, ଶିବଦତ୍ତ ଦାଶ, ଦିନେଶ ମିଶ୍ର, ଗିରିଧାରୀ ହୋତା , ଜ୍ୟୋତିପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |
What's Your Reaction?






