ଖବର ପ୍ରକାଶ ପରେ ଗାଁ କୁ ଯାଇ ତଦନ୍ତ କଲେ ବ୍ଲକ ଶିକ୍ଷା ଅଧିକାରୀ

Aug 19, 2025 - 15:06
 0  11
ଖବର ପ୍ରକାଶ ପରେ ଗାଁ କୁ ଯାଇ ତଦନ୍ତ କଲେ ବ୍ଲକ ଶିକ୍ଷା ଅଧିକାରୀ

କର୍ଲାମୁଣ୍ଡା୧୯/୮ ଲୋକ ଆବାଜ. ଇନ(ବ୍ୟୁରୋ)

କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୨୪ଟି ବିଦ୍ୟାଳୟକୁ ତତ୍କାଳୀନ ରାଜ୍ୟ ସରକାର କମ ଛାତ୍ରୀଛାତ୍ର ଥିବା କାରଣରୁ ୨୦୨୦ ମସିହାରେ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ। ଫଳରେ ବ୍ଲକର ଅନେକ ଗାଁର ଛାତ୍ରୀଛାତ୍ରମାନେ ଦୂର ଦୁରାନ୍ତକୁ ଯାଇ ପାଠ ପଢ଼ୁଥିବା ବିଷୟ କୁ ନେଇ ଚଳିତ ମାସ ୬ ତାରିଖରେ ବିଭିନ୍ନ ଖବର କାଗଜ ରେ ବିପଦ ପୂର୍ଣ୍ଣ ରାସ୍ତା ରେ ପାଠ ପଢି ଯାଉଛନ୍ତି ଛାତ୍ରୀ ଛାତ୍ର ଶୀର୍ଷକ ଏକ ପାଠ ପ୍ରକାଶ ପାଇଥିଲା ।

ତେବେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ଶିକ୍ଷା ବିଭାଗ ତତ୍ପରତା ଦେଖାଇ ମଙ୍ଗଳବାର ବ୍ଲକ ର ଜୋରାଡ଼ବରା ପଞ୍ଚାୟତ ର ହଜାରିପଡା ଓ ବୋରପଦର ପଞ୍ଚାୟତ ର କେର୍ଣାପଲା ଗାଁ ରେ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛା ନିଧିପଣ୍ଡା,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପମଣୀ ସାହୁ,ରେଙ୍ଗାଲୀ ସିଆରସିସି ଉଜ୍ଜଳ କୁମାର ସାହୁ ପ୍ରମୁଖ ବ୍ଲକ ର ବିଦ୍ୟାଳୟ ବନ୍ଦ ହୋଇଥିବା ଜୋରାଡ଼ବରା ପଞ୍ଚାୟତ ର ହଜାରିପଡା ଓ ବୋରପଦର ପଞ୍ଚାୟତ ର କେର୍ଣାପଲା ଗାଁ ରେ ପହଞ୍ଚି ଗାଁ ଲୋକ ଙ୍କ ଉପସ୍ଥିତ ରେ ବିଦ୍ୟାଳୟ ପୁଣି ଥରେ ଖୋଲା ଯିବାର ଆବଶ୍ୟକ ତା ସ୍ଥିତି ପରଖି ଥିଲେ।ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନ କୁ ଦିଆଯିବ ବୋଲି କହିବା ସହ ଜିଲ୍ଲା ପ୍ରଶାସନ ସରକାର ଙ୍କ ନିୟମ ଅନୁସାରେ ଯାହା ଥିବ ତାହାହିଁ କରିବେ ବୋଲି କହିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ କେର୍ଣାପଲା ବିଦ୍ୟାଳୟ ବନ୍ଦ ହେବା ପରେ ଗାଁର ଛୋଟ ଛୋଟ ଶିଶୁ ମାନେ ୩ କିମି ଦୂର ୫୯ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ମ. ରାମପୁର ବ୍ଲକ ର ଟୁର୍ଚ୍ଚି ବିଦ୍ୟାଳୟ ରେ ପାଠ ପଢୁଛନ୍ତି।ଠୀକ ସେହି ପରି ହଜାରିପଡା ର ଛାତ୍ରୀ ଛାତ୍ର ମଧ୍ୟ ୫୯ ନମ୍ବର ଜାତୀୟ ରାଜପଥ ଦେଇ କୁଶୁର୍ଲା ବିଦ୍ୟାଳୟ ରେ ପାଠ ପଢୁଛନ୍ତି।ଏଣୁ ଏହି ଉଭୟ ଗାଁ ରେ ପୁଣି ଥରେ ବିଦ୍ୟାଳୟ ଖୋଲା ଯିବାକୁ ହଜାରିପଡା ର ଗାଁ ଗୌନ୍ତିଆ କୈଳାଶ ସାହୁ, ଈଶ୍ୱର ସାହୁ, ରୋମାଞ୍ଚଳ ସାହୁ, ଜୟ ସାହୁ, ହଂସ ସାହୁ, ହରପ୍ରସାଦ ସାହୁ ସ୍ବେଚ୍ଛାସେବୀ ସନତ କୁମାର ସାହୁ,ତ୍ରିଲୋଚନ ସାହୁ ଓ କେର୍ଣାପଲା ର ବଳଭଦ୍ର ମାଝୀ,ସତ୍ୟା ନନ୍ଦ ସାହୁ,ପରମେଶ୍ବର ସାହୁ,ତରୁଣ ସାହୁ,ଦେବେନ୍ଦ୍ର ସାହୁ,ଥବିର ସାହୁ,ବିକ୍ରମ ସାହୁ,ତୁମେଶ୍ୱର ସାହୁ ପ୍ରମୁଖ ପ୍ରଶାସନ କୁ ଅନୁରୋଧ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow