ସୋନପୁର୍ ମହାବିଦ୍ୟାଳୟ ରେ ନୂତନ ଶିକ୍ଷାନୀତି ଉପରେ ଆଲୋଚନା

ସୋନପୂର୍: ଲୋକ ଆବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୋନପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟ ଙ୍କ ନେତୃତ୍ଵ ରେ ନୂତନ ଶିକ୍ଷ୍ୟା ନୀତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇ ଯାଇଚି । ଏହି ଆଲୋଚନା ରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ର ପରୀକ୍ଷା ନିୟନ୍ତ୍ରକ ତଥା କମ୍ପ୍ୟୁଟର ବିଜ୍ଞାନ ବିଭାଗ ର ମୁଖ୍ୟ ଡ.ନରେନ୍ଦ୍ର କୁମାର ରାଉତ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇ ନୂତନ ଶିକ୍ଷା ନୀତି ର ବିଭିନ୍ନ ପ୍ରସଙ୍ଗ ତଥା ଉଛ ଶିକ୍ଷ୍ୟା କେନ୍ଦ୍ର ରେ ଏହା ର କାର୍ଯ୍ୟକାରିତା ଓ ସାଂପ୍ରତିକ ପରିସ୍ଥିତି ସହ ଏହାର ପ୍ରାସଙ୍ଗିକତା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ ।
ଗଣିତ ବିଜ୍ଞାନ ର ଅଧ୍ୟକ୍ଷ ଡ. କ୍ଷମା ସାଗର ସାହୁ , ଇଂରାଜୀ ବିଭାଗ ର ପ୍ରାଧ୍ୟାପକା ଡ. କଳ୍ପନା ମିଶ୍ର ,ଦର୍ଶନ ବିଭାଗ ର ଅଧ୍ୟାପକ ଡ.ରଞ୍ଜନ କୁମାର ମିଶ୍ର , ପ୍ରଭୁତି ନୂତନ ଶିକ୍ଷାନୀତି ର ବିଭିନ୍ନ ଦିଗ ଉପରେ ଆଲୋକପାତ୍ କରିଥିଲେ । ଏହି ଆଲୋଚନା ଚକ୍ର କୁ କମ୍ପ୍ୟୁଟର ବିଜ୍ଞାନ ବିଭାଗ ର ମୁଖ୍ୟ ଲେଫ୍ଟନାଣ୍ଟ ଆଶିଷ ଅଗ୍ରୱାଲ ସଂଯୋଜକ କରିଥିବା ବେଳେ ଅର୍ଥନୀତି ବିଜ୍ଞାନ ର ଅଧ୍ୟାପକ ଧୀରେନ୍ଦ୍ର କୁମାର ମିଶ୍ର ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଲୋଚନା ଚକ୍ର ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ଆଗକୁ ମହାବିଦ୍ୟାଳୟ ର ପାଠ୍ୟକ୍ରମ ପରାମର୍ଶ ଦାତା ମଣ୍ଡଳୀଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜାତୀୟ ଶିକ୍ଷା ନୀତି ଓ ପରିବର୍ତ୍ତିତ ପାଠ୍ୟକ୍ରମ ଉପରେ ଆହୁରି ଅନେକ ଆଲୋଚନା ଚକ୍ର ଆୟୋଜିତ ହେବ ବୋଲି ଅଧ୍ୟକ୍ଷ ଙ୍କ ଘୋଷଣା ପରେ ଆଲୋଚନା ଚକ୍ର ସମାପ୍ତ ହୋଇଥିଲା ।
What's Your Reaction?






