ଦୁଇ ବାଘ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ ।

Sep 14, 2024 - 22:11
 0  11
ଦୁଇ ବାଘ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ ।

ନୂଆପଡ଼ା : ଲୋକ ଆବାଜ୍.ଇନ୍(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଉପାନ୍ତ ଅଞ୍ଚଳ ନୁଆମାଳପଡା ଗ୍ରାମ ପଞ୍ଚାୟତ ଡଙ୍ଗର ଗାଁ ରୁ ଦୁଇ ବାଘ ଶିକାରୀଙ୍କୁ ସିନାପାଲି ବନ ବିଭାଗ ଗିରଫ କରି ସେମାନଙ୍କ ପାଖରୁ ବାଘର ଗୋଟିଏ କଳଦାନ୍ତ ଓ ୬ ଖଣ୍ଡ ବାଘ ହାଡ଼ ଜବତ କରିଛି ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଡଙ୍ଗର ଗାଁ ଗ୍ରାମର ବୁଟୁରାମ ମାଝି (୩୮) ଓ ପଦୁ ମାଝି (୨୭) ବୋଳି ଜଣାପଡ଼ିଛି। ଉଭୟ ଅଭିଯୁକ୍ତଙ୍କ ଠାରୁ ଜବତ ଦେହାବଶେଶର ଓଜନ ୫.୮୦୦ଗ୍ରାମ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢାଉରେ ଖଡିଆଳ ଏସିଏଫ ମହମ୍ମଦ ସାଲିହା, ସିନାପାଲି ରେଞ୍ଜର ଜୟଦେବ ମାଝି, ଫରେଷ୍ଟର ରଞ୍ଜନ କୁମାର ସାହୁ, ତ୍ରିବିକ୍ରମ ନାଏକ, ରମା ରଞ୍ଜନ ରାଉତ, ଚୁଡ଼ାନାଥ ସରାଫ ସମେତ ଖଡିଆଳ ଡିଭିଜନ ମୋବାଇଲ ସ୍କ୍ୱାର୍ଡ ଓ ସିନାପାଲି ରେଞ୍ଜ ର ଅନେକ କର୍ମଚାରୀ ସାମିଲ ରହିଥିଲେ। ଗତ କିଛି ମାସ ତଳେ ସିନାପାଲି ବ୍ଲକ ସୀମାନ୍ତ ଛତିଶଗଡ଼ - ଓଡିଶା ସୀତା ନଦୀ ଅଭୟାରଣ୍ୟ ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଳ ଜବତ କରାଯାଇଥିବା ବେଳେ ସେତେବେଳେ ବନ ବିଭାଗ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ନେଇ ଆଜି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ ପ୍ରକାଶ କରିଛି ।

What's Your Reaction?

like

dislike

love

funny

angry

sad

wow