ସୋନପୁର ରେ ସୁରେଶ୍ଵରୀ ଓ ଭଗବତୀଙ୍କ ଧବଳମୁଖୀ ବେଶ ଓ ଆଜି ମା ସୁରେଶ୍ଵରୀ ଙ୍କ କାଳୀ ବେଶ ଦର୍ଶନ ପାଇଁ ଭକ୍ତ ଙ୍କ ଭିଡ଼

ସୁବର୍ଣ୍ଣପୁର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୋନପୁରର ଇଷ୍ଟଦେବୀ ମାଁ ସୁରେଶ୍ଵରୀ ଓ ସହରର ସର୍ବପୁରାତନ ଶକ୍ତି ପୀଠ ମା ଭଗବତୀ ପବିତ୍ର ମହାଳୟା ତିଥି ରେ ଧବଳମୂଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ମାଁ ସୁରେଶ୍ଵରୀ ଓ ଭଗବତୀ ଙ୍କୁ ଧଳା ବସ୍ତ୍ର, ଆଭୁଷଣ ଓ ଫୁଲରେ ସୁ-ସଜ୍ଜିତ କରାଯାଇଥିଲା। ମାଁଙ୍କୁ ଧବଳମୂଖୀ ବେଶରେ ଦର୍ଶନ କଲେ ଗଙ୍ଗା ସ୍ନାନର ପୂଣ୍ୟ ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ଵାସ ରହିଛି। ଗତ କାଲି ମାଁଙ୍କ ଧବଳମୂଖୀ ବେଶ ଓ ଆଜି କାଳୀ ବେଶ ଦର୍ଶନ ପାଇଁ ସୁରେଶ୍ଵରୀ ମନ୍ଦିରରେ ପ୍ରବଳ ଭିଡ ଲାଗିରହିଥିଲା। ହଜାର ହଜାର ଭକ୍ତ ମା ଙ୍କ ସନ୍ଧ୍ୟା ଆଳତୀ ବେଳେ ଉପସ୍ଥିତ ଥିବା ବେଳେ ମାଁଙ୍କ ଦର୍ଶନ ପାଇଁ ପୋଲିସ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
What's Your Reaction?






