କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ବୈଠକ ରେ ସାମ୍ବାଦିକ ଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଗୁରୁବାର ଫୁଲବାଣୀ ସ୍ଥିତ ବନାନୀ କଳା ସଙ୍ଗମ କନଫରେନ୍ସ ହଲ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l
ସଙ୍ଘ ର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସଙ୍ଘ ସଭାପତି ଡ଼ ଅରୂପ ଜେନା,ସାଧାରଣ ସମ୍ପାଦକ ଅଶୋକ ପରିଡା,ଉପସଭାପତି ସନ୍ତୋଷ ଡିଗାଲ, ସମ୍ପାଦକ ପ୍ରମୋଦ ଦଣ୍ଡସେନା, ଅଜିତ ନାୟକ,ଖଜୁରୀପଡା ର ବରିଷ୍ଠ ସାମ୍ବାଦିକ ଚତୁର୍ଭୁଜ ଦlଶ,ପ୍ରମୁଖ ଯୋଗ ଦେଇ ଦୀର୍ଘ ଚାଳିଶ ବର୍ଷ ହେଲା ଏହି ସଂଗଠନ ଜିଲାରେ ସାମ୍ବାଦିକ ମାନଙ୍କ ସ୍ୱାର୍ଥ ରକ୍ଷା, ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଥିବା କହିଥିଲେ l
ସେହିପରି ରାଇକିଆ ର ଚନ୍ଦ୍ରକାନ୍ତ ନାୟକ, ପ୍ରଭାତ ନନ୍ଦ,ଅଭିମନ୍ୟୁ ପଣ୍ଡା, ଖଜୁରୀପଡା ର ବିକାଶ ଡିଗାଲ, ବାଲିଗୁଡା ର ବିଭୁତି ଭୂଷଣ ଲହରିଆ,ତୁମୁଡିବନ୍ଧ ର ସୁଶାନ୍ତ ମଣ୍ଡଳ, ଫୁଲବାଣୀ ମିଡ଼ିଆ ଫୋରମ ସଭାପତି ସୁଯ୍ୟ ନାରାୟଣ ବେହେରା, ସମ୍ପାଦକ ଶିବ ବିଶ୍ୱାଳ,ସାମ୍ବାଦିକ ପ୍ରଶାନ୍ତ ଜେନା ଏବଂ କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡ଼ିଆ ଆସୋସେସନ୍ ର ସଭାପତି କ୍ଷିତିଶ୍ ମଲିକ ନିବେଦିତା ଖାଡ଼ଙ୍ଗା, ମମତା କଂହର, ଫିରିଙ୍ଗିଆ ର ଶ୍ରବଣ ଡିଗାଲ,ପ୍ରମୁଖ ଯୋଗଦେଇ ସଙ୍ଘ ଯେପରିଅଧିକ ରୁ ଅଧିକ ଶକ୍ତିଶାଳୀ ହେବ ଆଉ କାର୍ଯ୍ୟରତ ସାମ୍ବାଦିକ ଙ୍କ ବୃତ୍ତିଗତ ସୁରକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦେବାକୁ ମତ ପୋଷଣ କରିଥିଲେ l ସଙ୍ଘ ଦୀର୍ଘ ଚାଳିଶ ବର୍ଷ ଧରି ସାମ୍ବାଦିକ ଙ୍କ ପାଇଁ ଲଢେଇ କରିଆସୁଥିବାରୁ ସଦସ୍ୟ ମନେ ପ୍ରଶଂସା କରିଥିଲେ l ଆ ଗାମୀ ନଭେମ୍ବର ମାସ ଶେଷ ରେ ସଙ୍ଘ ର ରାଜ୍ୟ ସ୍ତରୀୟ ସମାବେଶ ଓ ସମ୍ବର୍ଦ୍ଧନା ଆୟୋଜନ ପାଇଁ ସମସ୍ତ ବ୍ଲକ ର ସଦସ୍ୟ ମାନଙ୍କୁ ନେଇ ଏକ ଅର୍ଗା ନାଇଜିଙ୍ଗ କମିଟି ଗଠନ କରାଯାଇଥିଲା l ଜିଲାର ସମସ୍ତ ବ୍ଲକ ରୁ ୩ ୫ ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ l
What's Your Reaction?






