ସ୍ୱଚ୍ଛତା ସେବା ପକ୍ଷ ପାଳନ ଉପଲକ୍ଷେ ବୌଦ୍ଧ ଠାରେ ଚିତ୍ରାଙ୍କନ ପ୍ରତିଯୋଗିତା

Sep 21, 2025 - 13:37
 0  18
ସ୍ୱଚ୍ଛତା ସେବା ପକ୍ଷ ପାଳନ ଉପଲକ୍ଷେ ବୌଦ୍ଧ ଠାରେ ଚିତ୍ରାଙ୍କନ ପ୍ରତିଯୋଗିତା

ବୌଦ୍ଧ: ଲୋକ ଆବାଜ୍.ଇନ୍( ମନୋରଞ୍ଜନ ତ୍ରିପାଠୀ)

 ଜିଲ୍ଲା ସଂଗ୍ରହାଳୟ, ବୌଦ୍ଧ ଠାରେ ସ୍ୱଚ୍ଛତା ସେବା ପକ୍ଷ ୨୦୨୫ ଉପଲକ୍ଷେ ବିକଶିତ ଭାରତ ରଙ୍ଗ, କଳା ମାଧ୍ୟମରେ "ଚିତ୍ରାଙ୍କନ" ପ୍ରତିଯୋଗୀତା ୩ ଗୋଟି ସ୍ତରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉପ- ଜିଲ୍ଲାପାଳ, ବୌଦ୍ଧ ବିନୟ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହ ପୁରସ୍କାର ବିତରଣୀ ସଭାରେ ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ଵସ୍ତିକ ସୁଚିନ୍ତନ୍ ପ୍ରଧାନ, ନବମ ଶ୍ରେଣୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା- ପ୍ରଥମ, ଅର୍ପିତା ପ୍ରିୟଦର୍ଶିନ, ଅଷ୍ଟମ ଶ୍ରେଣୀ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମଣିପୁର- ଦ୍ଵିତୀୟ, ଶ୍ରେୟାଂଶି ସାହୁ, ପଞ୍ଚମ ଶ୍ରେଣୀ, ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ - ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ବାର୍ତ୍ତିତ୍ ଦଳେଇ, ଡିପ୍ଲୋମା କଲେଜ - ପ୍ରଥମ, ବଳରାମ ନାଏକ, ଭୈରବୀ ଡିଗ୍ରୀ କଲେଜ, ପୁରୁଣାକଟକ - ଦ୍ଵିତୀୟ, ଅର୍ଚ୍ଚନା କର୍ଣ୍ଣ, ମଡେଲ ଡିଗ୍ରୀ କଲେଜ - ତୃତୀୟ ଏବଂ ପ୍ରୋଫେସନାଲ ଆର୍ଟିଷ୍ଟ୍ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁନୀଲ ଭୋଇ, ବଡ ରାହାଜୋର, କଣ୍ଟାମାଳ - ପ୍ରଥମ, ରିପନ୍ ପରିଛା, କଣ୍ଟାମାଳ - ଦ୍ଵିତୀୟ, ସରୋଜ ରଣା, ବନ୍ଧାପଥର - ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଭାବେ ପ୍ରଦୀପ କୁମାର ମହାନ୍ତି, ପ୍ରଧାନ ଶିକ୍ଷକ, ଲକ୍ଷ୍ମୀପଦର ଉ ପ୍ରା ବିଦ୍ୟାଳୟ, ସ୍ଵସ୍ତିକା ବିଶି, ବଲାସିଙ୍ଗା ଉ ପ୍ରା ବିଦ୍ୟାଳୟ, ଗୋପାଳ ଅମାତ, ସହକାରୀ ଶିକ୍ଷକ, ଶଙ୍କର ସିଂ, ରଜତ ଦାନୀ ଯୋଗ ଦେଇ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow