ସ୍ୱଚ୍ଛ ଭାରତ ସଂଗଠନ ଓ ଯୋଗ ସମିତି ପକ୍ଷରୁ ଅଭିନବ ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ ପାଳନ

Aug 19, 2024 - 19:32
Aug 19, 2024 - 20:27
 0  15
ସ୍ୱଚ୍ଛ ଭାରତ ସଂଗଠନ ଓ ଯୋଗ ସମିତି ପକ୍ଷରୁ ଅଭିନବ ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ ପାଳନ

ସୋନପୁର : ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ)

ପବିତ୍ର ରକ୍ଷା ବନ୍ଧନ ଅବସର ରେ ଆଜି ପତଞ୍ଜଲି ଯୋଗ ସମିତି ସୋନପୁର ଶାଖା ଓ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ପକ୍ଷରୁ ଆୟକର ବିଭାଗ ସମ୍ବୁଖ ଲଲୁ ପଡ଼ିଆ ଠାରେ ବ୍ରୁକ୍ଷ ରୋପଣ କରଯାଇଥିବା ବୃକ୍ଷ ମାନଙ୍କୁ ପୂଜା କରାଯାଇ ମହିଳା ସଦସ୍ୟ ମାନଙ୍କ ଦ୍ଵାରା ରକ୍ଷା ବନ୍ଧନ କରଯାଇଥିଲା l

 ଏହି କାର୍ଯ୍ଯ କ୍ରମ ରେ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ତଥା ସଂଯୋଜକ ଶ୍ରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଏହାର ଯତ୍ନ ପାଇଁ ସଂକଳ୍ପ ନେବାକୁ ପରାମର୍ଶ କରିଥିଲେ l କଥାରେ ଅଛି ଗଛ ବଞ୍ଚିଲେ ପୃଥିବୀ ବଞ୍ଚିବ l ବର୍ତ୍ତମାନ ଆମେ ଯଦି ପରିବେଶ ସୁରକ୍ଷା ପ୍ରତି ସଜାଗ ନ ହେବା ତାହାଲେ ଆଗକୁ ମଣିଷ ସମେତ ସମସ୍ତ ଜୀବ ଜଗତ ବଞ୍ଚିବା କଷ୍ଟକର ହୋଇ ଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ l ପ୍ରତି ବର୍ଷ ପରି ଉଭୟ ସଂଗଠନ ର ମିଳିତ ସହଯୋଗ ରେ ସମସ୍ତ ସଦସ୍ୟ ଏକାଠି ହୋଇ ବିଭିନ୍ନ ଜାଗାରେ ବୃକ୍ଷ ର ସୁରକ୍ଷା ପାଇଁ ବୃକ୍ଷ ଦେବତା ଙ୍କୁ ପୁଜା ଅର୍ଚ୍ଚନା କରି ରକ୍ଷା ବନ୍ଧନ କରିଥାନ୍ତି l ପରିବେଶ ସୁରକ୍ଷା ବୃକ୍ଷ ର ରକ୍ଷା ସଚେତନତା ବାର୍ତ୍ତା ଲକ୍ଷ୍ୟ ନେଇ ପ୍ରତି ବର୍ଷ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସହର ର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l

What's Your Reaction?

like

dislike

love

funny

angry

sad

wow