ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଅନ୍ଦୋଳନ ର ଅନ୍ୟତମ ସାରଥୀ ଯୁଗଯାତ୍ରୀ ସାହିତ୍ୟ ସଂସଦର ୧୬୩ତମ ମେହେର ଜୟନ୍ତୀ
observation of Meher Jayanti by Juga jatree Sahitya Sansad
କଳାହାଣ୍ଡି(ଲୋକ୍ ଆବାଜ୍. ଇନ୍)):
ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥି । ଓଡ଼ିଆ ଅସ୍ମିତାର ପ୍ରତିନିଧି ବୋଲି ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ର ୧୬୩ ତମ ପ୍ରକୃତି କବି ଗଂଗାଧର ମେହେର ଜୟନ୍ତୀରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏଥି ସହିତ ଅତିଥିମାନେ ଦୀର୍ଘ ପଚାଶ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସାହିତ୍ୟର ସେବା କରି ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ପଦାର୍ପଣ କରିଥିବା ଯୁଗଯାତ୍ରୀ ସାହିତ୍ୟ ସଂସଦ ର ପ୍ରଶଂସା କରିଥିଲେ । ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ସଭାପତିତ୍ୱରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ସ୍ଥାନୀୟ ବିଡ଼ିଓ ସବ୍ୟସାଚୀ ବେହେରା,ମୁଖ୍ୟ ଅତିଥି ଭାବେ ନାଟ୍ୟକାର ତଥା ବୌଦ୍ଧ କଲଚରାଲ୍ ଏକାଡ଼େମୀର ସଭାପତି ହରିହର ପ୍ରଧାନ,ମୁଖ୍ୟବକ୍ତା ଭାବରେ ଗବେଷକ,ଐତିହାସିକ ସୁଦାମ ନାଏକ(ସୋନପୁର) ଯୋଗଦେଇଥିଲେ । ସଂସଦର ସଂପାଦକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ । କବି ଗଂଗାଧରଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା ପରେ ବିଭିନ୍ନ ବିଦ୍ୟାଳୟ ମଧ୍ୟରେ ହେଇଥିବା କଣ୍ଠ ସଂଗୀତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । କବୀ ସରସ୍ୱତୀ ମିଶ୍ର ଓ ପଲ୍ଲବୀ ଦାସଙ୍କ ସଂଯୋଜନାରେ ଏକ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହେଇଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ପଚାଶ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ପ୍ରାଥମିକ ବିଦ୍ୟାଳୟରୁ ମହାବିଦ୍ୟାଳୟ ଯାଏଁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ପୁରସ୍କାର ବିତରଣୀ କାର୍ଯ୍ୟକ୍ରମଟିକୁ ପବନ ମହାଲିକ,ମାନସ ରଂଜନ ପ୍ରହରାଜ,ରାକେଶ କୁମାର ଶତପଥୀ, ରୀତେଶ କୁମାର ଶତପଥୀ ପରିଚାଳନା କରିଥିଲେ । ବରିଷ୍ଠ ସଦସ୍ୟ ପରମାନନ୍ଦ ବିଶି ଧନ୍ୟବାଦାର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ,ଧୀରେନ୍ଦ୍ର ମହାନ୍ତି,ସ୍ୱରୂପାରାଣୀ ହୋତା ଙ୍କ ସମେତ ଯୁଗଯାତ୍ରୀ ସାହିତ୍ୟ ସଂସଦର ବରିଷ୍ଠ ସଦସ୍ୟମାନେ ସହଯୋଗ କରିଥିଲେ ।
What's Your Reaction?