ସ. ମାଲପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସ୍କୁଲ ପରିଚାଳନା କମିଟି (SMC) ଗଠନ ଅଧକ୍ଷ ହେଲେ ବନମାଳୀ ଓ ଉପାଧ୍ୟକ୍ଷ ହେଲେ ପୁଷ୍ପବତୀ
କର୍ଲାମୁଣ୍ଡା:୧୭/୭(ଲୋକ ଆବାଜ୍. ଇନ୍/ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ସ୍କୁଲ ପରିଚାଳନା କମିଟି (ଏସ୍ ଏମ୍ ସି) ଗଠନ କାର୍ଯ୍ୟକ୍ରମ ଶୁକ୍ରବାର ଶାନ୍ତିପୂର୍ଣ୍ଣ ଭାବେ ହୋଇ ଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ଲୋକନାଥ ମାଝୀ, ଏ.ବି.ଇ.ଓ. ଗୋପମଣି ସାହୁ, ସରପଞ୍ଚ ବରୁଣ ଛତ୍ରିଆ, ସହକାରୀ ଶିକ୍ଷକ ଅନ୍ତର୍ଯ୍ୟାମୀ ପଧାନ, ସହ ଶିକ୍ଷକ ସୁଦର୍ଶନ ସାହୁ, ସହ ଶିକ୍ଷକ ଦଶରଥ ବର୍ଗେ ଏବଂ ନୋଡାଲ୍ ସି.ଆର୍.ସି.ସି. ପ୍ରସନ୍ନ କୁମାର ସାହୁ ଉପସ୍ଥିତ ରହି ଗଠନ ପ୍ରକ୍ରିୟାକୁ ପରିଚାଳନା କରିଥିଲେ। ଏଥି ରେ ପରିଚାଳନା କମିଟିରେ ବନମାଳି ସାହୁ ଅଧ୍ୟକ୍ଷ ଏବଂ ପୁଷ୍ପବତୀ ସାହୁ ଉପାଧ୍ୟକ୍ଷା ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିବା ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ ସୂଚନା ଦେଇଛନ୍ତି।
ନବଗଠିତ କମିଟି ବିଦ୍ୟାଳୟର ଶିକ୍ଷାର ମାନୋନ୍ନତି, ଭିତ୍ତିଭୂମିର ବିକାଶ ଏବଂ ଛାତ୍ରୀଛାତ୍ର ଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ସକ୍ରିୟ ଭୂମିକା ରହିବ ବୋଲି ନୂତନ ଅଧକ୍ଷ ବନମାଳୀ ସାହୁ ପ୍ରକାଶ କରିଛନ୍ତି।
What's Your Reaction?