ବର୍ଷା ଦିନରେ ବି ପିଇବା ପାଣି ପାଇଁ ହା ହା କାର ଦୁଇଟି ନଳକୂପ କାମରେ ଆସୁନି ,ଗୋଳିଆ ଚୁଆ ପାଣି ସାହା ଭରସା ପାଣି ପାଇଁ ଜନ ଅସନ୍ତୋଷ

Sep 5, 2024 - 08:02
 0  15
ବର୍ଷା ଦିନରେ ବି ପିଇବା ପାଣି ପାଇଁ ହା ହା କାର  ଦୁଇଟି ନଳକୂପ କାମରେ ଆସୁନି ,ଗୋଳିଆ ଚୁଆ ପାଣି ସାହା ଭରସା ପାଣି ପାଇଁ ଜନ ଅସନ୍ତୋଷ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ଗ୍ରାମପଞ୍ଚାୟତ ଟକିମାହା ଗ୍ରାମର କାଇମାହା ସାହି ସେଠାରେ ଦୀର୍ଘ ବର୍ଷ ହେଲା ୪୦ରୁ ଉର୍ଦ୍ଧ ପରିବାର ରହିଆସୁଥିବା ବେଳେ ସେମାନଙ୍କ ପିଇବା ପାଣି ପାଇଁ ଖୋଲା ଯାଇଥିଲା ଦୁଇଗୋଟି ନଳକୂପ ହେଲେ ତାହା ଦୀର୍ଘ ଦିନ ଧରି ଅଚଳ ହୋଇପଡିରହିଛି ।ଯାହାରି ଫଳରେ ସମସ୍ତଙ୍କୁ ଏବେ ଗୋଳିଆ ଚୁଆ ପାଣି ଉପରେ ନିର୍ଭର କରିବାକୁ ପଡୁଛି ।ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ, ବିଧାୟକ କୁ ବି ଗୁହାରି କରିଥିଲେ ଗ୍ରାମବାସୀ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମର ୱ।ର୍ଡ଼ ମେମ୍ବର ଦନାରା ପ୍ରଧାନ ହେଲେ ଦୀପ ତଳ ଅନ୍ଧାର ଭଳି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୪କିଲୋମିଟର ହୋଇଥିବା ବେଳେ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ ଧ୍ୟାନ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏପଟେ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାବେଳେ। କାହାକୁ ଗୁହାରି କଲେ କେହି ଶୁଣୁ ନାହାନ୍ତି । ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସବୁଦିନ ପାଣିର ବ୍ୟବସ୍ଥା ହୋଇ ପାରୁନାହିଁ । ଏନେଇ ଆମେ ତିଲୋରୀ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ ସହ ଯୋଗାଯୋଗ କରିଥିଲୁ ସେଖିଥିଲେ ନଳକୂପ ମରାମତି ପାଇଁ ପଠା ଯାଇଥିଲା ପୁଣି ଖରାପ ହୋଇଥିବ ଯାହା ସମ୍ଭବ ତୁରନ୍ତ ଠିକ କରାଯିବ । ତେବେ ଗ୍ରାମର ଯୁବକ ସଞ୍ଜୟ ପ୍ରଧାନ,ଅବନପ୍ରଧାନ, ଲାଲୁ ପ୍ରଧାନ,କୁଟପ୍ରଧାନ,ଲଳିତ ପ୍ରଧାନ ,କୁନାଲ ପ୍ରଧାନ,କିଶୋର ପ୍ରଧାନ,ଜୁବେଳା ପ୍ରଧାନ,ରାଜେଶ ପ୍ରଧାନ,ମେଘନାଥ ପ୍ରଧାନ,ସୁକାଲା ପ୍ରଧାନ,ଯାଦବ ପ୍ରଧାନ,ପ୍ରଫୁଲ ପ୍ରଧାନ,ପ୍ରଦୀପ ପ୍ରଧାନ,ଜିସୟ ପ୍ରଧାନ,ଡାଉଦ ପ୍ରଧାନ ଆଶା ରଖିଛନ୍ତି ଯେ ନୂଆ ସରକାର ଆସିଛି ଏଥର ଆମର ଦୁଃଖ ସମାଧାନ ହେବ ଏବଂ ଆମଗାଁରେ ପାଣି ମିଳିବ ।

What's Your Reaction?

like

dislike

love

funny

angry

sad

wow