୧୭ ବର୍ଷ ରୁ କମ ବାଳକ ବାଳିକା ଙ୍କ ବ୍ଲକ ସ୍ତରୀୟ କବାଡି ଏବଂ ଭଲିବଲ୍ ପ୍ରତିଯୋଗିତା

କର୍ଲାମୁଣ୍ଡା :- ( ଲୋକ ଆବାଜ. ଇନ )
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାବ୍ଲକ ର ରିଷିଡା ବାପୁଜୀ ମିନିଷ୍ଟଡିୟମ ଠାରେ ୧୭ବର୍ଷ ରୁ କମ ବାଳକବାଳିକାଙ୍କୁ ନେଇ କବାଡି ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ର ସମସ୍ତ +୨ ଓ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l ଏନେଇ ଆୟୋଜିତ ସଭାରେ ଦିପ୍ତିମୟୀ ଦୋରା( ପ୍ରଧାନ ଶିକ୍ଷୟତ୍ରୀ,ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରିଷିଡା )ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଜୟଲକ୍ଷ୍ମୀ ନାଗ୍( ଗୋଷ୍ଠୀ ଶିକ୍ଷା ଅଧିକାରୀ କର୍ଲାମୁଣ୍ଡା )ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l କୃପାସିନ୍ଧୁ ପଟେଲ( ବ୍ଲକ୍ କ୍ରୀଡ଼ା ସମ୍ପାଦକ) ବିବରଣୀ ଉପସ୍ଥାପନା କରିଥିବାବେଲେ ଲଳିତ କୁମାର ଦାସ ସଂଯୋଜନା କରିଥିଲେ l ସିଆରସିସି ବିସିକେଶନ ସୁନା, ପ୍ରସନ୍ନ କୁମାର ସାହୁ ଙ୍କ ସମେତ ବ୍ଲକ୍ ର ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେl
What's Your Reaction?






