ସୁଚନା କର୍ମୀ ହତ୍ୟା ମାମଲା ରେ ଆଉ ୨ ଅଭିଯୁକ୍ତ ଙ୍କ ଆତ୍ମ ସମର୍ପଣ l ଏବେବି ଜଣେ ଅଭିଯୁକ୍ତ ଫେରାର ........

Oct 17, 2024 - 07:00
 0  282
ସୁଚନା କର୍ମୀ ହତ୍ୟା ମାମଲା ରେ ଆଉ ୨ ଅଭିଯୁକ୍ତ ଙ୍କ ଆତ୍ମ ସମର୍ପଣ l ଏବେବି ଜଣେ ଅଭିଯୁକ୍ତ ଫେରାର ........

କନ୍ଧମାଳ: ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ପୁଣି ଦୁଇ ଅଭିଯୁକ୍ତଙ୍କ ଆତ୍ମ ସମର୍ପଣ । ହତ୍ୟା ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣଙ୍କ ମଧ୍ୟରୁ ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ଥିଲେ । ଉକ୍ତ ହତ୍ୟା ଘଟଣାରେ ଅଭିଯୁକ୍ତ ବାଲିଗୁଡ଼ାର ଶ୍ୟାମସୁନ୍ଦର ପାତ୍ର ଓ ବିଶ୍ୱନାଥ ପାତ୍ର ଆତ୍ମ ସମର୍ପଣ କରିଥିବା ଜଣା ପଡିଛି l

 ଏହି ଘଟଣାର ଅନ୍ୟ ଅଭିଯୁକ୍ତ , ଗୋପାଳ ଚନ୍ଦ୍ର ପାତ୍ର, ରାମଚନ୍ଦ୍ର ପାତ୍ର ଓ ଅନ୍ନଦା ପ୍ରସାଦ ଆଚାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଫେରାର ଥିଲେ । ଓଡିଶା ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତ ମାନଙ୍କ ଜାମିନ ଆବେଦନ ଖାରଜ ପରେ ୨ ଅଭିଯୁକ୍ତ ଆତ୍ମ ସମର୍ପଣ କରିଥିବା ଜଣା ପଡିଛି ଏବେ ବି ଅନ୍ନଦା ପ୍ରସାଦ ଆଚାର୍ଯ୍ୟ ଫେରାର ଥିବା ଜଣା ପଡିଛି ।

ସୂଚନାଯୋଗ୍ୟ, ଗତ ୨୦୧୯ ଡିସେମ୍ବର ୧୦ ତାରିଖ ସକାଳେ ବାଲିଗୁଡା ଅଞ୍ଚଳର ଜଣାଶୁଣା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ତାଙ୍କ ଘର ସାମ୍ନାରେ ଠିଆ ହୋଇଥିବା ବେଳେ ଦୁର୍ବୁତ୍ତ ମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଅଭିମନ୍ୟୁଙ୍କ ପରିବାର ପକ୍ଷରୁ ଦିଆ ଯାଇଥିବା ଏତଲା ଆଧାରରେ ପୁଲିସ ୧୮୮/୨୦୧୯ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡକୁ ଆସ୍କାରୁ ଗିରଫ କରାଯିବା ସହିତ ସମୁଦାୟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍ । ତେବେ ଉପରୋକ୍ତ ଅଭିଯୁକ୍ତ ମାନଙ୍କ ନାମ ଏତାଲାରେ ଥିଲେ ମଧ୍ୟ ପୁଲିସ ସେମାନଙ୍କ ନାମକୁ ଚାର୍ଜସିଟରୁ ବାଦ୍ ଦେଇଥିଲା । ପରେ ବ୍ରହ୍ମପୁର ସେସନ୍ସ ଜଜଙ୍କ ଅଦାଲତରେ ଘଟଣାର ଶୁଣାଣି ବେଳେ ସାକ୍ଷୀ ମାନଙ୍କ ବୟାନକୁ ନେଇ ହତ୍ୟା ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ଅନୁଭବ କରି ଏମାନଙ୍କୁ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କିନ୍ତୁ ଅଭିଯୁକ୍ତ ମାନେ ସମନ ସତ୍ତ୍ୱେ ଅଦାଲତରେ ହାଜର ହୋଇ ନଥିଲେ। ପରେ ଅଭିଯୁକ୍ତ ଆନ୍ନଦା ଉଚ୍ଚ ନ୍ୟାୟାଳୟରେ ଅଗ୍ରୀମ ଜାମିନ୍ ପାଇଁ ଆବେଦନ କରିଥିଲେ। ତେବେ ଉଚ୍ଚ ଅଦାଲତ ଏହାର ବିଚାର କରି ଆବେଦନ ଖାରଜ କରିଥିବା ଜଣାପଡିଛି। କୋର୍ଟର ଆଦେଶକୁ ଅବମାନନା କରିଥିବାରୁ ସେମାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହୋଇଥିଲା ଏବଂ ଓ୍ବାରେଣ୍ଟ୍ ବଳରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ଆଉ ୨ଜଣ ଅଭିଯୁକ୍ତ ଗୋପାଳ କୃଷ୍ଣ ପାତ୍ର, ରାମଚନ୍ଦ୍ର ପାତ୍ର କୋର୍ଟରେ ଆତ୍ମସମର୍ପଣ କରି ଜାମିନ୍ ଆବେଦନ କରିଥିଲେ ବିଚାର ପତି ଏହାକୁ ଖାରଜ କରି କୋର୍ଟ ଚାଲାଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow